ଗୁରୁବାର ରାଶିଫଳ

0

ମେଷ: ନୂତନ ଆୟ ପନ୍ଥା ସ୍ଥିର କରିବେ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ପାଇବେ। କୀର୍ତ୍ତିମାନ୍‌ ହେବେ। ସରକାରୀ ଅର୍ଥ ମିଳିବ। ଭୋଗୀ ଓ ଗୁଣଜ୍ଞ ହୋଇପାରନ୍ତି।

ବୃଷ: ପରୋପକାରୀ ହେବେ। କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରି ଆତ୍ମସନ୍ତୋଷ ଲାଭ କରିବେ। ସରକାରଙ୍କ ତରଫରୁ ଧନପ୍ରାପ୍ତ ହୋଇପାରନ୍ତି। ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିପାରନ୍ତି। କୀର୍ତ୍ତି,ମର୍ତ୍ତି, ସ୍ବତ୍ତ୍ବ, ସନ୍ତୋଷ ସବୁ କିଛି ମିଳିପାରେ।

ମିଥୁନ: ବିଭ୍ରାଟ ଘଟିଥିବା କାର୍ଯ୍ୟର ସୁଧାର ଆଣି ସନ୍ତୁଷ୍ଟ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମଉଜ ମଜଲିସରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

କର୍କଟ: ପ୍ରିୟ ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ। ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ସତର୍କରେ ଚଳିବେ।

ସିଂହ: ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ସୁବର୍ଣ୍ଣାଦି ଧାତୁଦ୍ରବ୍ୟ ଲାଭ ହୋଇପାରେ। ବନ୍ଧୁ ସହାୟତା ମିଳିବ। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସୁଖରେ ଦିନଟି ବିତିବ।

କନ୍ୟା: ପାରିବାରିକ ସୁଖ ଅବ୍ୟାହତ ରହିବ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶତ୍ରୁନାଶ କରି ଆଶ୍ବସ୍ତ ହେବେ। ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି। ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ। କର୍ମଚାରୀ ସୁଖୀ ହେବେ।

ତୁଳା: କାର୍ଯ୍ୟରେ ପରିବର୍ତ୍ତନ ଘଟିବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ। ମନରେ ସରସତା ଆସିବ। ଚଞ୍ଚଳ ପ୍ରକୃତିର ହେବେ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ।

ବିଛା: ସୁଯୋଗର ସଦୁପଯୋଗ କରିପାରନ୍ତି। କାର୍ଯ୍ୟ ସହଜ ଓ ସୁଗମ ହୋଇପାରେ। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ। କୃଷିକର୍ମ ଲାଭ ଜନକ ହେବ। ଯାନବାହନ ସୁଖ ମିଳିବ। ସମସ୍ତଙ୍କ ପ୍ରିୟ ପାତ୍ର ହେବେ।

ଧନୁ: ପରିଶ୍ରମର ମୂଲ୍ୟାଙ୍କନ ହେବ। ହସ-ଖୁସିରେ ଦିନଟି ଅତିବାହିତ କରିପାରନ୍ତି। ଯଶସ୍ବୀ ହେବେ। ମିତ୍ରଲାଭ ହୋଇପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ। ମହାନ୍‌ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ।

ମକର: ସହଯୋଗ ନ ମିଳିବାର ମନଦୁଃଖ କରିପାରନ୍ତି; ମାତ୍ର ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଭାଗ୍ୟଶାଳୀ ହେବେ। ବ୍ୟବସାୟ ଲାଭଜନକ ହେବ। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ।

କୁମ୍ଭ: ଆୟ ଆଶାନୁରୂପ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମୀନ: ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ଅଧିକତର ହେବ। ସ୍ନେହପୂର୍ଣ୍ଣ କଥାବାର୍ତ୍ତାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ। ଶାରୀରିକ କ୍ଳେଶ ଉପୁଜି ପାରେ।

Leave A Reply