୬କେଜି ଚୋରି ରୁପା ଉଦ୍ଧାର, ୩ ଗିରଫ

0

ବ୍ରହ୍ମପୁର : ବ୍ରହ୍ମପୁର ବଡ଼ବଜାର ନିକଟସ୍ଥ ଏକ ରୁପା ଶାଳରୁ ୭ କେଜି ରୁପା ଅଳଙ୍କାର ଚୋରି କରି ଫେରାର ଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଶନିବାର ଗିରଫ କରିଛି । ସେମାନେ ହେଲେ ଜି.ମୁରଲୀ ଆଚାରି, ସେକ ସାକୀର ଓ ଭରତ ଆଚାରୀ । ମୁରଲୀ ଓ ସାକୀର ରୁପା ଚୋରି କରିବା ପରେ ଭରତକୁ ବିକ୍ରି କରିଥିଲେ ବୋଲି ପୁଲିସ କହିଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୩୦ ତାରିଖ ରାତିରେ ବଡବଜାର ଥାନା ଅନ୍ତର୍ଗତ ମାଲଷଣୀପେଟା ସାହିରେ ଥିବା ଉମାପତି ଆଚାରୀଙ୍କ ଦୋକାନର ତାଲା ଭାଙ୍ଗି ଅଭିଯୁକ୍ତମାନେ ଚୋରି କରିଥିଲେ । ବର୍ତ୍ତମାନ ସେମାନଙ୍କଠାରୁ ୬ କେଜି ରୁପା ଉଦ୍ଧାର ହୋଇଥିବା ବେଳେ ବାକିଥିବା ୧ କେଜି ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି ବୋଲି ବ୍ରହ୍ମପୁର ଅତିରିକ୍ତ ଏସପି ପ୍ରଭାତ ରାଉତରାୟ କହିଛନ୍ତି ।

Leave A Reply