ଜୋର ଜବରଦସ୍ତ ଚାନ୍ଦା ଆଦାୟ ଘଟଣା : ୬ ଗିରଫ

0

ନର୍ଲା : ଜୋର ଜବରଦସ୍ତ ଚାନ୍ଦା ମାଗିବା ଘଟଣାରେ କଳାହାଣ୍ଡି ଜିଲାର ନର୍ଲା ଥାନା ଗୁରୁବାର ୬ ଜଣ ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ନର୍ଲା ବ୍ଲକ ଶାନ୍ତପୁର କେନାଲ ଛକରେ ଦୁର୍ଗାପୂଜା ପାଇଁ ଚାନ୍ଦା ଆଦାୟ କରିବାକୁ କେସିଙ୍ଗାରୁ ବିଶାଖାପାଟଣା ଯାଉଥିବା ଏକ ଗାଡ଼ିକୁ ଗତ ୧୭ ତାରିଖ ଦିନ ଯୁବକମାନେ ଜୋର ଜବରଦସ୍ତ ଅଟକାଇଥିଲେ। ଏହାସହିତ ଗାଡ଼ିର କାଚ ଭାଙ୍ଗି ଡ୍ରାଇଭର ମନୋଜ ସାହୁଙ୍କଠାରୁ ସାଢେ଼ ୪ ହଜାର ଟଙ୍କା ଛଡେଇ ନେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ଅଭିଯୁକ୍ତ ଆନନ୍ଦ ମାଝୀ (୩୬), ଟିକେରାମ ଶବର(୩୫), ରମେଶ ସାହୁ (୨୨), ଜିତେନ ମାଝୀ (୨୪), କାହ୍ନୁଚରଣ ସାହୁ(୨୨), ଦୁଷ୍ମନ୍ତ ଦାସ (୧୯)ଙ୍କୁ କେସ୍ ନଂ ୧୧୩/୧୯ ଦଫା ୩୯୫ରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ଏସ୍କେ କିଷାନ ସୂଚନା ଦେଇଛନ୍ତି।

Leave A Reply