ନାଳକୁ ଖସିଲା ବସ୍‌; ୬ ମୃତ ଓ ୩୯ ଆହତ

ରାଞ୍ଚି: ଝାଡ଼ଖଣ୍ଡର ଗରହ୍ବା ଅଞ୍ଚଳରେ ଏକ ଯାତ୍ରୀବାହୀ ବସ୍‌ ନାଳକୁ ଖସିପଡ଼ିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୩୯ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ବସ୍‌ଟି ଯାତ୍ରୀମାନଙ୍କୁ ନେଇ ଗରହ୍ବାରୁ ଛତିଶଗଡ଼ ଯାଉଥିଲା। ସୋମବାର ରାତି ପ୍ରାୟ ୨ଟାରେ ବସ୍‌ଟି ରାସ୍ତାପାର୍ଶ୍ଵରେ ଥିବା ଏକ ସୁରକ୍ଷା ପ୍ରାଚୀରକୁ ଧକ୍କା ଦେବା ପରେ ଶୁଖିଲା ନାଳକୁ ଖସିପଡ଼ିଥିଲା। ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଗ୍ରାମବାଦୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ପରେ ଖବର ପାଇ ପୁଲିସ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲା।

Comments are closed.