ଡକାୟତି ଯୋଜନା ପଣ୍ଡ: ୬ ଗିରଫ ହେବା, ବିଭିନ୍ନ ମାରଣାସ୍ତ୍ର ଜବତ

ଯାଜପୁର: ଯାଜପୁର ଜିଲା ବଡ଼ଚଣା ପୁଲିସ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଡକାୟତକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ହାତ ବୋମା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର ସହ ୩ଟି ବାଇକକୁ ଜବତ କରିବାରେ ସଫଳ ହୋଇଛି।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏମାନେ ଯାଜପୁର ଜିଲାର ଚଣ୍ଡିଖୋଲ ଓ ଏହାର ଆଖପାଖ ଅଞ୍ଚଳରେ ଡକାୟତି କରିବାକୁ ଯୋଜନା ଚଳାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ବଡ଼ଚଣା ପୁଲିସ ଓ ଚଣ୍ଡିଖୋଲ ଫାଣ୍ଡି ପୁଲିସ ଏମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ପୂର୍ବରୁ ଏମାନେ ବହୁ ଡକାୟତି ଯୋଜନାରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି। ଗିରଫ ପରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସଡ଼ିପିଓ ଚିନ୍ମୟ କୁମାର ନାୟକ ସୂଚନା ଦେଇଛନ୍ତି।

Comments are closed.