ଟ୍ରକକୁ ୬ଲକ୍ଷ ୫୩ ହଜାର ଟଙ୍କା ଜରିମାନା

0

ସମ୍ବଲପୁର: ସମ୍ବଲପୁରରେ ଏକ ଟ୍ରକ ଉପରେ ବଡ଼ ଧରଣର ଫାଇନ ଲାଗୁ ହୋଇଛି। ବିଭିନ୍ନ ଟ୍ରାଫିକ ଉଲ୍ଲଂଘନ କରିଥିବାରୁ ନାଗାଲାଣ୍ଡର ଏହି ଟ୍ରକକୁ ୬ ଲକ୍ଷ ୫୩ ହଜାର ଟଙ୍କା ଜରିମାନା କରାଯାଇଛି। ଘଟଣାଟି ଗତ ଅଗଷ୍ଟ ୧୦ ତାରିଖର ହୋଇଥିବାବେଳେ ଏହା ଏବେ ସାମ୍ନାକୁ ଆସିଛି। ପୁରୁଣା ମୋଟର ଯାନ ଆଇନ ଅନୁସାରେ ଏହି ଜରିମାନା ଲାଗୁ କରାଯାଇଛି। ୨୦୧୪ରୁ ରୋଡ୍‌ ଟ୍ୟାକ୍ସ ଫାଙ୍କିଥିବାରୁ ଟ୍ରକକୁ ୬ ଲକ୍ଷ ୪୦ ହଜାର ୫୦୦ ଟଙ୍କା ଫାଇନ କରାଯାଇଥିଲାବେଳେ ମାଲ ପରିବହନ ଗାଡ଼ିରେ ଯାତ୍ରୀ ନେଉଥିବାରୁ ୫ ହଜାର ଟଙ୍କା, ପରମିଟ୍‌ ନ ଥିବାରୁ ୫ ହଜାର, ଇନସ୍ୟୁରାନ୍ସ ନ ଥିବାରୁ ୧ ହଜାର ପ୍ରଦୂଷଣ ସାର୍ଟିଫିକେଟ ନ ଥିବାରୁ ୧ ହଜାର, ନିର୍ଦେଶ ଅମାନ୍ୟ ପାଇଁ ୫୦୦ ଟଙ୍କା ଜରିମାନା ଲାଗୁ ହୋଇଛି।

Leave A Reply