୫୨୭ ବୀର ସନ୍ତାନଙ୍କୁ ମାଆ କୋଳରୁ ଛଡ଼ାଇ ନେଇଥିଲା କାର୍‍ଗିଲ ଯୁଦ୍ଧ

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ୧୯୯୯ ମସିହା ମେ’ ମାସ ୩ ତାରିଖରେ ଆରମ୍ଭ ହୋଇଥିଲା କାର୍‍ଗିଲ ଯୁଦ୍ଧ, ଯାହା ଜୁଲାଇ ୨୬ ତାରିଖରେ ଭାରତର ବିଜୟ ସହ ଶେଷ ହୋଇଥିଲା। ସେହିଦିନଠାରୁ ୨୬ ଜୁଲାଇକୁ କାର୍‍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଇ ଆସୁଛି। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଇତିହାସରେ ସବୁଠାରୁ ଭୟାବହ ଯୁଦ୍ଧ କୁହାଯାଉଥିବା କାର୍‍ଗିଲ ଯୁଦ୍ଧରେ ଦେଶ ମାତୃକା ହରାଇଥିଲା ତା’ର ପ୍ରାୟ ୫୨୭ ବୀର ପୁତ୍ରଙ୍କୁ। ଏହାସହ ୧୩୦୦ରୁ ଅଧିକ ଯବାନ ଆହତ ହୋଇଥିଲେ। ଭାରତୀୟ ରିପୋର୍ଟ ଅନୁସାରେ, ଯୁଦ୍ଧର ସୂତ୍ରପାତ କରିଥିବା ପାକିସ୍ତାନର ପ୍ରାୟ ୧୦୦୦-୧୨୦୦ ସୈନିକ ଏହି ଯୁଦ୍ଧରେ ଟଳି ପଡ଼ିଥିଲେ। ଏପରିକି ୨୦୦ ପାକ୍‍ ସୈନିକଙ୍କର ଭାରତରେ ହିଁ କବର ଖୋଳା ଯାଇଥିଲା। ହେଲେ ପାକିସ୍ତାନ ଏହି ରିପୋର୍ଟକୁ ସର୍ବଦା ପ୍ରତ୍ୟାଖ୍ୟାନ କରିଆସିଛି।

Comments are closed.