ସନ୍ଧ୍ୟା ୫ଟାର ମୁଖ୍ୟ ଖବର

ବଡ ଖବର:
# ଇସ୍ରୋ ରଚିଲା ଇତିହାସ ‘ଚନ୍ଦ୍ରଯାନ-୨’ର ସଫଳ ଉତକ୍ଷେପଣ, ଶ୍ରୀହରିକୋଟାରେ ଖୁସିର ବାତାବରଣ
 -ସମସ୍ତଙ୍କ ଧନ୍ୟବାଦ ଜଣାଇଲେ ଇସ୍ରୋର ମୁଖ୍ୟ ଡ଼କ୍ଟର କେ. ଶିବନ
 -ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଓ ଅଭିନ୍ଦନନ ଜଣାଇଲେ
# ସନ୍ତୋଷ ରାଉଳ ଓରଫ ସାରଥୀ ବାବାଙ୍କୁ ଓଡ଼ିଶା ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ
# ନାବାଳିକା ନିର୍ୟାତନା ପ୍ରସଙ୍ଗ ନେଇ ବିଧାନସଭାରେ ବିରୋଧୀଦଳ ସଭ୍ୟମାନେ ଗଭୀର ଉଦବେଗ  ପ୍ରକାଶ କରିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ୟ୍ୟସ୍ତ ନେଇ ବିରୋଧୀଦଳର ଅଭିଯୋଗ।

ଆଞ୍ଚଳିକ :
# ରାଜ୍ୟରେ ଖାଲିଥିବା ଷ୍ଟାଫ୍ ନର୍ସ, ଡାକ୍ତରୀ ପଦବୀ ଏବଂ ମେଡ଼ିକାଲଗୁଡ଼ିକରେ ଖାଲିପଡ଼ିଥିବା ବିଭିନ୍ନ ପଦବୀଗୁଡ଼ିକୁ ନେଇ ବିଧାନସଭାରେ ଉଦ୍ବେଗ। ପ୍ରକାଶ ପାଇଛି । ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ସ୍ବସ୍ଥ୍ୟ ବିଭାଗକୁ କଡ଼ା ସମାଲୋଚନା
# ୨୫ ତାରିଖରୁ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
# ସଦସ୍ୟତା ଅଭିଯାନ ମାଧ୍ୟମରେ ସବୁ ବର୍ଗର ଲୋକଙ୍କୁ ଯୋଡିବାର ଆବଶ୍ୟକତା ରହିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
# ଆଶ୍ରମ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢ଼ୁଥିବା ନବରଙ୍ଗପୁର ଚନ୍ଦାହାଣ୍ଡି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
# ପାଟକୁରା ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛି ବିଜେପି
ଜାତୀୟ:
# ଆତଙ୍କବାଦୀଙ୍କୁ ଅପିଲ କରି ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି, ଆତଙ୍କବାଦୀମାନେ ୰ପୋଲିସର ଯବାନ ଏବଂ ଏସପିଓଙ୍କୁ ଟାର୍ଗେଟ କରନ୍ତୁ ନାହିଁ, ଯେଉଁମାନେ ରାଜ୍ୟକୁ ଲୁଟିବାରେ ଲାଗିପଡ଼ିଛନ୍ତି, ସେମାନଙ୍କୁ ହତ୍ୟା କରନ୍ତୁ
# ଉତ୍ତରପ୍ରଦେଶ ହାପୁଡରେ ଏକ ସଡ଼କ ଦୁର୍ଘଟଣାରେ ୯ ମୃତ, ୨୦ ଆହତ
#କର୍ଣ୍ଣାଟକ ସଙ୍କଟ, ଆଜି ହୋଇପାରେ ଆସ୍ଥା ଭୋଟ
# ବେନାମୀ ସମ୍ପତ୍ତି ଜବତ କରିବା ପାଇଁ କଠୋର ଆଇନ ପ୍ରଣୟନ କରିବେ ଉତ୍ତରାଖଣ୍ଡ ସରକାର
# ବିଜେପି କାର୍ୟ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି – ଆଜି ମୁଁ ସ୍ପଷ୍ଟ ଭାବରେ କହିପାରୁଛି କି, ଭଲ ଦିନ ଆସିଯାଇଛି
# ବର୍ଷା ଅଭାବରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ ଚାଷୀ ନିରାଶ
# ବାନ୍ଦ୍ରା ଏମଟିଏନଏଲର ୯ ମହଲା କୋଠାରେ ଅଗ୍ନିକାଣ୍ଡ, ଛାତରେ ଫସି ରହିଛନ୍ତି ୧୦୦ ଲୋକ
# ସୋନଭଦ୍ରାରେ ଗୁଳିକାଣ୍ଡରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିଜନଙ୍କୁ ସାକ୍ଷାତ କଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
# ବିହାର ଓ ଆସାମରେ ବର୍ଷା ଜନିତ ବନ୍ୟାରେ ୧୫୦ ଜଣ ମୃତ
ଅନ୍ତର୍ଜାତୀୟ:
# ଉତ୍ତର କୋରିଆରେ କିମ ଜୋଙ୍ଗଙ୍କ ଏକଛତ୍ରବାଦ କାଏମ, ସାଧାରଣ ନିର୍ବାଚନରେ ପାଇଲେ ୯୯.୯୮% ଭୋଟ
# ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସୋସିଆଲ ଇଂଜିନିୟରିଂ ହ୍ୟାକିଂ ନେଇ ସତର୍କ ସୂଚନା ଜାରି

# ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଆମେରିକା ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ ଆମେରିକାର କୌଣସୀ ବରିଷ୍ଠ ଅଧିକାରୀ ଯାଇନଥିବା ସୂଚନା ମିଳିଛି
# ଇରାନ ପକ୍ଷରୁ ଷ୍ଟେଟ ଅଫ୍ ହୋର୍ମୁଜରେ ଜବତ କରାଯାଇଥିବା ବ୍ରିଟିଶ୍ ତେଲ ଟ୍ୟାଙ୍କର ଷ୍ଟେନା ଇମପେରୋ ଜାହାଜରେ ଥିବା ସମସ୍ତ ୨୩ ଜଣ କ୍ରୁ ମେମ୍ୱର ସୁରକ୍ଷିତ
# ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ପ୍ରତ୍ୟେକ ଦିନ ୧୫ ରୁ ୩୫ ଜଣ ଆତ୍ମହତ୍ୟା କରୁଥିବା ଖବର ମିଳିଛି

Comments are closed.