ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ନୂଆପଡାରୁ ୫ ଶିକ୍ଷକ ଗିରଫ

0

ଭୁବନେଶ୍ବର: ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ନୂଆପଡାରୁ ୫ ଜଣ ଶିକ୍ଷକ ଗିରଫ ହୋଇଛନ୍ତି । ଶନିବାର ସକାଳେ ନୂଆପଡା ଜିଲା ବୋଡେନ ଥାନାରେ ବିଇଓଙ୍କ ମାମଲା ରୁଜୁ କରିଥିଲେ । ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଦୁଇଟି ହାଇସ୍କୁଲର ୫ ଜଣ ଶିକ୍ଷକଙ୍କ ନାମରେ ମାମଲା ହୋଇଛି । କରଙ୍ଗାମାଲ ହାଇସ୍କୁଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ୨ ଜଣ ଇନଭିଜିଲେଟରଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଲିଟିସର୍ଗି ଗୋପୀନାଥ ହାଇସ୍କୁଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ କ୍ରୀଡା ଶିକ୍ଷକଙ୍କ ନାମରେ ମାମଲା ରୁଜୁ ହୋଇଥିଲା ।

Leave A Reply