ମାତ୍ର ୧୭୯୯ଟଙ୍କାରେ ବଜାରକୁ ଆସିଲା ଲାଭାର ୪ଜି ଫିଚର ଫୋନ

0

ନୁଆଦିଲ୍ଲୀ : ଘରୋଇ ସ୍ମାର୍ଟଫୋନ କମ୍ପାନୀ ଲାଭା ଭାରତରେ ତାର ୪ଜି ଫିଚର ଫୋନ ଲାଭା ୩୪ସୁପର ଲଞ୍ଚ କରିଛି। ଲାଭାର ଏହି ଫୋନ ଜିଓର ୪ଜି ଫିଚର ଫୋନ ଜିଓ ଫୋନ-୧ ଏବଂ ଜିଓ ଫୋନ-୨କୁ ଟକ୍ତକର ଦେବାପାଇଁ ବଜାର ପ୍ରବେଶ କରିଛି। ଏହି ଫୋନ କଳା ଏବଂ ଲାଲ ରଙ୍ଗରେ ଉପଲବ୍ଧ ରହିଛି।

courtesy-amar ujala

ଲାଭା-୩୪ର ମୂଲ୍ୟ ଏବଂ ବିଶେଷତ୍ବ
ଏହାର ବିଶେଷତ୍ବ ବିଷୟରେ କହିଲେ ଥିରେ ୨.୪ଇଞ୍ଚର ଡିସପ୍ଲେ ରହିଛି। ଏହା ସହିତ ୧ବର୍ଷର ୱାରେଣ୍ଟି ମିଳିବ। ଏହାବ୍ୟତୀତ ଏହି ଫୋନରେ ବକ୍ସ ସ୍ପିକର ଦିଆଯାଇଛି। ଏହି ଫୋନ ୮ଟି ଅଲଗା ଅଲଗା ଭାଷାକୁ ସପୋର୍ଟ କରିବ। ଏଥିରେ ୨୫୦୦ଏମଚର ବ୍ୟାଟେରୀ ରହିଛି। ଏବଂ ବ୍ୟାଟେରୀ ସେଭ ପାଇଁ ଏଥିରେ ସୁପର ବ୍ୟାଟେରୀ ମୋଡ ଦିଆଯାଇଛି। କମ୍ପାନୀର କହିବା କଥା ଏହି ଫୋନକୁ ଥରେ ଚାର୍ଜ କରିବା ଦ୍ୱାରା ୩୦ଘଣ୍ଟା ପର୍ଯ୍ୟନ୍ତ କଥା ହୋଇପାରିବେ। ଫୋନରେ ୧.୩ମେଗାପିକ୍ସେଲର ରିୟର କ୍ୟାମେରା ରହିଛି। ମାତ୍ର ସେଲଫି ପାଇଁ କୌଣସି କ୍ୟାମେରା ଦିଆଯାଇ ନାହିଁ। ଫୋନର ଷ୍ଟୋରେଜକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୩୨ଜିବି ପର୍ଯ୍ୟନ୍ତ ବଢାଇପାରିବେ। ଫୋନରେ କଲ ରେକଡିଙ୍ଗ, କନଫରେନ୍ସ କଲ ଭଳି ସୁବିଧା ରହିଛି। ଏଥିରେ ୩.୫ଏମ୍‍ମ୍ର ହେଡଫୋନ ଜ୍ୟାକ ମଧ୍ୟ ମିଳିବ।

Leave A Reply