ସୋମବାର ରାଶିଫଳ

0

ମେଷ: ନିଜର ଭୁଲ ବୁଝି ପାରିବେ। କାର୍ଯ୍ୟରେ ବାଧା ଉପୁଜି ପାରେ। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ। କଥା ଶୈଳୀରେ ପରକୁ ଆପଣାର କରିପାରନ୍ତି। ବିତର୍କରୁ ନିବୃତ୍ତ ହୁଅନ୍ତୁ।
ବୃଷ: ଆୟ ପ୍ରଚୁର ପରିମାଣର ହେବ। ଚଞ୍ଚଳ ଚେଷ୍ଟିତ ହେବେ। ପାରିବାରିକ ସୁଖ, ଶାନ୍ତି ମିଳିବ। ଆତ୍ମ ସନ୍ତୋଷ ଲାଭ କରିବେ। କର୍ମତତ୍ପରତା ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ମିଳିବ।
ମିଥୁନ: ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରେ। କର୍ମ ଚଞ୍ଚଳ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପରିଶ୍ରମର ମୂଲ୍ୟ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ୱୀ ହେବେ।
କର୍କଟ: ତରବର ନହୋଇ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ। ସେବା ମନୋଭାବ ଗ୍ରହଣ କରିପାରନ୍ତି। ଯଶସ୍ୱୀ ହେବେ। ସମ୍ମାନିତ ହୋଇପାରନ୍ତି। ସୁଖ, ସନ୍ତୋଷ ମିଳିବ। ସୌଭାଗ୍ୟ ବୃଦ୍ଧି ହେବ। ବସ୍ତ୍ର-ଭୂଷଣ ମିଳିବ। କୀର୍ତ୍ତିମାନ ହେବେ।
ସିଂହ: ଏକ ନୂତନ ସଂପର୍କ ସୃଷ୍ଟି ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜି ପାରେ। ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ଶତ୍ରୁନାଶ କରିପାରନ୍ତି। ବ୍ୟବସାୟରେ ଲାଭଜନକ ହେବ।
କନ୍ୟା: ଗୃହ କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ହସ, ଖୁସିରେ ଦିନଟି ଅତିବାହିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ଦାମ୍ପତ୍ୟ ସୁଖ ମିଳିବ।
ତୁଳା: କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ବନ୍ଧୁ ମିଳନ ଘଟିପାରେ। ସତ୍ସଙ୍ଗୀ ହେବେ। ପଡ଼ୋଶୀଙ୍କ ସହିତ ସଦ୍ଭାବନା ବୃଦ୍ଧି ହେବ। ଯଶସ୍ୱୀ ହେବେ। ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି। ଶତ୍ରୁ ବିନାଶ କରିବେ।
ବିଛା: ସୁଖ-ସମ୍ମାନ ଲାଭ କରିପାରନ୍ତି। ପରାଶ୍ରୟ ହୋଇ ଜୀବିକା ନିର୍ବାହରେ ବ୍ରତୀ ହେବେ। ସ୍ନେହ, ପ୍ରୀତି, ମମତା, ମିଳିପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ମିଳିପାରେ।
ଧନୁ: ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବହୁ ଲୋକଙ୍କ ପ୍ରିୟ ଭାଜନ ହେବେ। ଶତ୍ରୁ ଦମନ କରିବାରେ ସିଦ୍ଧ ହସ୍ତ ହେବେ। ଦେବ-ବ୍ରାହ୍ମଣଙ୍କ ଠାରେ ଭକ୍ତିଭାବ ରହିବ।
ମକର: ନୂତନ କାର୍ଯ୍ୟରେ ଆନନ୍ଦ ଅନୁଭବ କରିପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିବେ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୁଯୋଗ ଜୁଟିଛି। ଶତ୍ରୁବିନାଶ କରି ଆଶ୍ୱସ୍ତ ହେବେ। ସୁଖ ମିଳିବ।
କୁମ୍ଭ: ଆଶାବାଦୀ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ର ଢ଼େର ଉନ୍ନତି ଘଟିବ। ବିଭିନ୍ନ ଦିଗରୁ ଧନାଗମ ହେବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଚଞ୍ଚଳମନା ହୋଇପାରନ୍ତି। ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ।
ମୀନ: ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ। ରୋଜଗାର ଆଶାନୁରୂପ ହୋଇପାରେ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖ ପ୍ରଦହେବ। ଉତ୍ତମ ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସୁଖୀ ହେବେ।

Leave A Reply