୪୧ ଫୋନ୍‌ ଆପ୍‌ ବିପଦଜନକ ଘୋଷିତ

0

ନୂଆଦିଲ୍ଲୀ : ଭାରତ ସରକାର ଆଣ୍ଡ୍ରଏଡ୍‌ /ଆଇଓଏସ୍‌ ଫୋନ୍‌ରେ ବ୍ୟବହୃତ ୪୧ଟି ଚୀନ ଆପ୍‌କୁ ବିପଦଜନକ ଘୋଷଣା କରିଛନ୍ତି । ଏହି ଆପ୍‌ ଦ୍ୱାରା ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଉଛି । ଏଭଳି ଆପ୍‌ ବ୍ୟକ୍ତିଗତ ଗୋପନୀୟତା ପ୍ରତି ବପଦ ଓ ସୁରକ୍ଷା ପାଇଁ ବିପଦଜନକ ବୋଲି କୁହାଯାଇଛି । ଏହି ସବୁ ଆପ୍‌କୁ ଚୀନ ଡେଭଲପରସ ବିକଶିତ କରିଛନ୍ତି । ଏଥିରେ ଥିବା ଲିଙ୍କ୍‌ଗୁଡ଼ିକ ସ୍ପାଏୱାରେ ଏବଂ ମାଲସିୟସ ୱାରେ ବୋଲି ଜାଣିବାକୁ ମିଳିଛି । ବିଶେଷ କରି ସରକାରୀ ଚାକିରିଆ, ବ୍ୟବସାୟୀ ଓ ପେଶାଦାର ଏଭଳି ଆପ୍‌ ବ୍ୟବହାର କରୁଥିଲେ ତୁରନ୍ତ ଅନଇନଷ୍ଟାଲ କରିଦିଅନ୍ତୁ । ଏହି ଆପ୍‌ ଦ୍ୱାରା ଆପଣଙ୍କ ତଥ୍ୟ ଚୋରି କରାଯାଉଥିବା ଆଶଙ୍କାକୁ ଏଡାଇ ଦିଆଯାଇପାରିବ ନାହିଁ । ପ୍ରକାଶ ଯେ କିଛି ଦିନ ପୂର୍ବରୁ ଭାରତୀୟ ସେନା ପକ୍ଷରୁ ଦେଶର ହ୍ୱାଟ୍ସଆପ ୟୁଜର୍ସ (ବ୍ୟବହାରକାରୀଙ୍କୁ) ସାବଧାନ କରାଯାଇଥିଲା । ଏନେଇ ସେନା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା । ଏବେ ୪୧ଟି ଚୀନ୍‌ ଆପକୁ ପିପଦଜନକ ତାଲିକାଭୁକ୍ତ କରାଯାଇଛି ।
ଏହି ଆପଗୁଡ଼ିକ୍‌ ହେଲା
୧- ୱେବୋ, ୨- ୱିଚାଟ, ୩- ସେୟାରଇଟ୍‌, ୪- ୟୁସି ନ୍ୟୁଜ୍‌, ୫- ୟୁସି ବ୍ରାଉଜର, ୬- ବିଉଟି ପ୍ଲସ୍‌, ୭- ନ୍ୟୁଜ୍‌ଡ଼ଗ୍‌, ୮- ଭିଭା ଭିଡ଼ିଓ, ୯- ପାରାଲେଲ ସ୍ପେସ୍‌, ୧୦- ଆପସ୍‌ ବ୍ରାଉଜର, ୧୧- ପର୍ଫେକ୍ଟ କର୍ପ, ୧୨- ଭାଇରସ୍‌ କ୍ଲିନର, ୧୩- ସିଏମ୍‌ ବ୍ରାଉଜର, ୧୪- ଏମ୍‌ଆଇ କମ୍ୟୁନିଟି, ୧୫- ଡିୟୁ ରେକର୍ଡର, ୧୬- ଭଲ୍ଟ ହାଇଡ଼, ୧୭- ୟୁକ୍ୟାମ ମେକ୍‌ଅପ୍‌, ୧୮- ଏମ୍‌ଆଇ ଷ୍ଟୋର, ୧୯- କ୍ୟାଚ୍‌ କ୍ଲିଅର ଡିୟୁ ଅପସ୍‌ ଷ୍ଟୁଡ଼ିଓ, ୨୦- ଡିୟୁ ବ୍ୟାଟ୍ରି ସେଭର, ୨୧- ଡିୟୁ କ୍ଲିନର, ୨୨- ଡିୟୁ ପ୍ରାଇଭେସି, ୨୩- ୩୬୦ ସିକ୍ୟୁରିଟି, ୨୪- ଡିୟୁ ବ୍ରାଉଜର, ୨୫- କ୍ଲିନ୍‌ ମାଷ୍ଟର ଚିତାହ ମୋବାଇଲ, ୨୬- ବାଇଡୁ ଟ୍ରାନ୍ସଲେଟ, ୨୭- ବାଇଡୁ ମ୍ୟାପ୍‌, ୨୮- ୱାଣ୍ଡର କ୍ୟାମେରା, ୨୯- ଇଏସ୍‌ ଫାଇଲ ଏକ୍ସପ୍ଲୋରର, ୩୦- ଫଟୋ ୱାଣ୍ଡର, ୩୧- କ୍ୟୁକ୍ୟୁ ଇଣ୍ଟରନ୍ୟାସନାଲ, ୩୨- କ୍ୟୁକ୍ୟୁ ମ୍ୟୁଜିକ୍‌, ୩୩- କ୍ୟୁକ୍ୟୁ ମେଲ, ୩୪- କ୍ୟୁକ୍ୟୁ ପ୍ଲେୟାର, ୩୫- କ୍ୟୁକ୍ୟୁ ନ୍ୟୁଜ୍‌ଫିଡ୍‌, ୩୬- ୱିସିଂକ୍‌, ୩୭- କ୍ୟୁକ୍ୟୁ ସିକ୍ୟୁରିଟି ସେଣ୍ଟର, ୩୮- ସେଲଫି ସିଟି, ୩୯- ମେଲ୍‌ ମାଷ୍ଟର, ୪୦- ଏମ୍‌ଆଇ ଭିଡ଼ିଓ କଲ୍‌, ୪୧- କ୍ୟୁକ୍ୟୁ ଲଞ୍ଚର। ଏହି ସବୁ ଆପ୍‌ ପ୍ରତି ସାବଧାନ ରହିବାକୁ ସତର୍କ କରାଯାଇଛି ।

Leave A Reply