ଭାରତୀୟ ସେନା ପାଇଁ ୪୦ ହଜାର ସ୍ବଦେଶୀ ଜ୍ୟାକେଟ : ଆତଙ୍କବଦୀଙ୍କ ବିରୁଦ୍ଧରେ ଜୋରଦାର ହେବ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ : ଭାରତୀୟ ସେନା ବାହିନୀକୁ ମିଳିବ ୪୦ ହଜାର ବୁଲେଟପ୍ରୁଫ ଜ୍ୟାକେଟ। ପ୍ରଥମଥର ପାଇଁ ଦେଶରେ ନିର୍ମିତ ଏହି ୪୦,୦୦୦ ବୁଲେଟପ୍ରୁଫ୍ ଜ୍ୟାକେଟ ଜାମ୍ମୁ କାଶ୍ମୀରରେ ଆତଙ୍କବଦୀଙ୍କ ବିରୁଦ୍ଧରେ ମୁତୟନ ହୋଇଥିବା ଯବାନଙ୍କୁ ଯୋଗାଇ ଦିଆଯିବ। ଫଳରେ ଆତଙ୍କବଦୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନକୁ ଜୋରଦାର କରାଯାଇ ପାରିବ।
ଏହି ଜ୍ୟାକେଟ ନିର୍ମାଣ କରିଥିବା ଏସଏମପିପି ପ୍ରାଇଭେଟ ଲିମିଟେଡ ପକ୍ଷରୁ ମେଜର ଜେନେରାଲ ଅନୀଲ ଓବରୟ କହିଛନ୍ତି ଯେ, ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସେମାନେ ସେନା ବାହିନୀକୁ ବରାଦ ଦିଆଯାଇଥିବା ସମସ୍ତ ଜ୍ୟାକେଟ ଯୋଗାଇଦେବେ। ୨୦୨୧ ସୁଦ୍ଧା ସମସ୍ତ ଜ୍ୟାକେଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । କିନ୍ତୁ କମ୍ପାନୀରେ ୨୦୨୦ ଶେଷ ସୁଦ୍ଧା ସମସ୍ତ ଜ୍ୟାକେଟ ପ୍ରସ୍ତୁତ ହୋଇଯିବ ବୋଲି ଶ୍ରୀ ଓବରୟ କହିଛନ୍ତି । ତେବେ ଏହି ଜ୍ୟାକେଟର କେତେକ ବିଶେଷତ୍ବ ରହିଛି। ଏହା ଏକେ-୪୭ ଗୁଳିର ମୁକାବିଲା କରିପାରିବ।
ଭାରତରେ ନିର୍ମିତ ଏହି ଜ୍ୟାକେଟ ହାଇ ଷ୍ଟିଲରେ ନିର୍ମାଣ ହୋଇଥିବା ଗୁଳିକୁ ପ୍ରତିରୋଧ କରି ପାରିବ। ଫଳରେ ଏକେ-୪୭ ଏବଂ ସେହିଭଳି ଅନ୍ୟ ଧରଣର ଆକ୍ରମଣକୁ ଏହା ମୁକାବିଲା କରି ସୈନିକମାନଙ୍କୁ ସୁରକ୍ଷା ପ୍ରଦାନ କରିବ।
ଜେନେରାଲ ଓବରୟ କହିଛନ୍ତି ଯେ ପ୍ରଥମ ବର୍ଷ ତାଙ୍କ କମ୍ପାନୀକୁ ୩୬,୦୦୦ ଜ୍ୟାକେଟ ଯୋଗାଇ ଦେବାକୁ କୁହାଯାଇଥିଲା। କିନ୍ତୁ ସେମାନେ ୪୦,୦୦୦ ଜ୍ୟାକେଟ ପ୍ରସ୍ତୁତ କରିଛନ୍ତି। ଏବେ ଏହି ଜ୍ୟାକେଟ ଗୁଡିକୁ କାନପୁର ସ୍ଥିତ ଗୋଳାବାରୁଦ କାରଖାନାରେ ରଖାଯାଇଛି । ଖୁବ୍ ଶୀଘ୍ର ଏହାକୁ ଜାମ୍ମୁ କାଶ୍ମୀରକୁ ପଠାଯିବ।

Comments are closed.