ଦିନ ୪ଟା ମୁଖ୍ୟ ଖବର

ବଡ ଖବର:

# ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଜିକେଭିଡି ଥାନା ଅନ୍ତର୍ଗତ ମାଦିଗିମୁଡୁ ଜଙ୍ଗଳରେ ଆଜି ଗ୍ରେହାଉଣ୍ଡ  ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ  ୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । 

# ଅକ୍ଷରଧାମ ମନ୍ଦିର ନିକଟରେ  ଦିଲ୍ଲୀ ପୁଲିସ ଏବଂ କେତେକ ଅଜଣା ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି, ଆଜି ଦିନ ୧୧ଟାରେ ଏକ ଧଳା ରଙ୍ଗର କାର୍‍ କୁ ଯାଞ୍ଚ ପାଇଁ ପୁଲିସ ଅଟକାଇବାରୁ ସେଥିରେ ଥିବା ଚାରି ଜଣ ପୁଲିସ ଟିମ ଉପରକୁ ଗୁଳି ଚଳାଇଥିଲେ।

# ଡ୍ରାଇଭିଂ ଲାଇସେନ୍ସକୁ ଆଧାରକାର୍ଡ ସହ ସଂଯୁକ୍ତ କରାଯିବ, ଆଧାର ଭିତ୍ତିକ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା ବାଧ୍ୟତାମୂଳକ ହେଲେ ଏହାର ନକଲ ଓ ଲାଇସେନ୍ସ ଜାଲିଆତି ହୋଇପାରିବ ନାହିଁ ବୋଲି କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। 

#  ବଦଳି ପାରନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ – ସିଇଓ ପଦ ପାଇଁ ୧୯୯୯ ବ୍ୟାଚର ୩ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାମ ସୁପାରିଶ

# ଗିରଫ ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ସନ୍ଥ ସମାଜରୁ ବାହାର କରିବ ଅଖିଳ ଭାରତୀୟ ଆଖଡ଼ା ପରିଷଦ
# ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଆଇଏଲଏସ, କୌଣସି ପାଗରେ ମଧ୍ୟ ବିମାନ ଅବତରଣ କରିପାରିବ

ଆଞ୍ଚଳିକ:

# ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପରେ ଏହା ବିଶ୍ୱଭୂଷଣଙ୍କ ପ୍ରଥମ ଓଡ଼ିଶା ଗସ୍ତ।

# ବିଧି ବ୍ୟବସ୍ଥା ମଧ୍ୟରେ ଦୁଇ ରାଜ୍ୟରେ ପୋଲାଭରମ ପ୍ରକଳ୍ପକୁ ନେଇ ଚାଲିଥିବା ବିବାଦ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି ସେ ଏହି ଅବସରରେ କହିଛନ୍ତି।

# କଳାହାଣ୍ଡି ଜିଲା ଟିଟିଲାଗଡ଼-ବିଜୟନଗରମ ତୃତୀୟ ରେଳ ଲାଇନ କାମ କେସିଙ୍ଗା ଷ୍ଟେସନ ଠାରେ ଜାରି ରହିଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣଙ୍କ ଝାରଖଣ୍ଡ ରାଜ୍ୟର ଶ୍ରମିକ ବୋଲି ଜଣାପଡ଼ିଛି।
# ଆଜିଠୁ ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେଉଛି ମା’ଙ୍କ ଷୋଡ଼ଶ ଉପଚାର ପୂଜା ନୀତି
# ଡ୍ରଗ୍ସ ମାଫିଆ ସେକ୍‌ ରାଜାର ବାଲେଶ୍ୱର ଜିଲ୍ଲା ସଦଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଘରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଏସ୍‌ଟିଏଫ୍‌ ଟିମର ଚଢ଼ାଉ
# ବଦଳି ପାରନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ – ସିଇଓ ପଦ ପାଇଁ ୧୯୯୯ ବ୍ୟାଚର ୩ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଶୀଲ କୁମାର ଲୋହାନି, ଏନ୍.ବି.ଏସ୍ ରାଜପୁତ୍ ଓ ଭାସ୍କର ଜ୍ୟୋତି ଶର୍ମାଙ୍କ ନାମ ସୁପାରିଶ
# ଭୁବନେଶ୍ୱର କୁଆଖାଇ ନଦୀ ବାଲିଅନ୍ତା ଥାନା ଅନ୍ତର୍ଗତ ବାଙ୍କୁଆଳ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର
#ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅନ୍ତର୍ଗତ ବାସୁଦେବପୁର ନିମିକି ରାସ୍ତା ସାହାସପୁରା ଛକ ନିକଟରେ ୪୦୦ ଲିଟର ଚୋରା ମଦ ଜବତ, ୩ ଅଟକ
# ଉପନ୍ୟାସ ପାଣ୍ଡୁଲିପି ‘ସ୍ୱପ୍ନର ଶହେ ବର୍ଷ’ ପାଇଁ ଗାଳ୍ପିକା ସ୍ୱାଗତିକା ସ୍ୱାଇଁ ପାଇବେ ୨୦୧୯ ଟାଇମ୍‌ପାସ‍୍‌ ବୁକର ପୁରସ୍କାର # ଗଳ୍ପ ପାଣ୍ଡୁଲିପି ‘କ୍ରୁଶ’ ପାଇଁ ୨୦୧୮ ମସିହାର ଟାଇମ୍‌ପାସ‍୍‌ ବୁକର ପୁରସ୍କାର ପାଇବେ କଥାକାର ଆଶିଷ ଗଡ଼ନାୟକ
# ଝାରସୁଗୁଡ଼ା ବିମାନ ବନ୍ଦରରେ ଲାଗିବ ଆଇଏଲଏସ, କୌଣସି ପାଗରେବି ବିମାନ ଅବତରଣ କରିପାରିବ
# ରାଜ୍ୟର ବିଭିନ୍ନ ସ୍ଥାନରେ ୫୦ ଟଙ୍କା ପାର୍ କଲା ପିଆଜ ଦର, ନାସିକ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ବଢ଼ୁଛି ଦର
# ୯ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱ ଓଡ଼ିଶା ସିଟିଜେନସ୍ ଆୱାର୍ଡ ୨୦୧୯ରେ ସମ୍ମାନିତ – କୃଷି କ୍ଷେତ୍ରରେ ବିଜୟ ପାଠକ, ଶିକ୍ଷା କ୍ଷେତ୍ରରେ ପ୍ରଫେସର ମାଧବ ଚନ୍ଦ୍ର ଦାଶ, କଳା ଓ ସଂସ୍କୃତି କ୍ଷେତ୍ରରେ ମୋଗଲ ତାମସା ନିର୍ଦ୍ଦେଶକ ବାଦଲ ସିକଦାର, ସାମାଜିକ ସେବା ଲାଗି ସୁଧିର ରାଉତ, କ୍ରୀଡା କ୍ଷେତ୍ରରେ ପ୍ରମୋଦ ଭଗତ, ସ୍ବାସ୍ଥ୍ୟରେ ହୃଦ୍‌ରୋଗ ବିଶେଷଜ୍ଞ ଡଃ ଜେପି ଦାଶ, ରାଜନୀତି କ୍ଷେତ୍ରରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ ଓ ମନୋରଞ୍ଜନ କ୍ଷେତ୍ରରେ ଯାତ୍ରା ହାସ୍ୟ ଅଭିନେତା ବ୍ରଜ ପାଣିଗ୍ରାହୀ

ଜାତୀୟ:

# ପ୍ରଟୋକଲ ଭାଙ୍ଗିଲେ ମୋଦୀ – ନିଜେ ଉଠାଇଲେ ଖସିପଡିଥିବା ଫୁଲ ଡାଳ
# ଅକ୍ଟୋବର ୧୦ରେ ହରିଦ୍ଵାରରେ ହେବାକୁ ଥିବା ଅଖିଳ ଭାରତୀୟ ଆଖଡ଼ା ପରିଷଦର ବୈଠକରେ ଯୌନ ଶୋଷଣ ଅଭିଯୋଗରେ ଗିରଫ ସ୍ଵାମୀ ଚିନ୍ମୟାନନ୍ଦଙ୍କୁ ସନ୍ଥ ସମାଜରୁ ବାହାର କରାଯିବା ଘୋଷଣା କରାଯିବ
# ନ୍ୟାସନାଲ ରାଲିରେ ଅର୍ଜୁନ ପୁରସ୍କାର ବିଜେତା ଗୌରବ ଗିଲଙ୍କ କାରକୁ ଟ୍ରାକରେ ଧକ୍କା ଦେଲା ବାଇକ, ୩ ମୃତ

# ବେଙ୍ଗାଲୁରୁରେ ଆଜି ଭାରତ – ଦକ୍ଷିଣ ଆଫ୍ରିକା ଅନ୍ତିମ ଟ୍ୱେଣ୍ଟି -୨୦ ମୁକାବିଲା

ଆନ୍ତର୍ଜାତିୟ:

# ହ୍ୟୁଷ୍ଟନରେ ମୋଦୀ – ଭାରତୀୟ ସମୁଦାୟଙ୍କ ଦ୍ୱାରା ଆୟୋଜିତ ହାଉଡି ମୋଦୀ କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ଆମେରିକାର ହ୍ୟୁଷ୍ଟନରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଲେ ସେଠାରେ ରହୁଥିବା ଭାରତୀୟ ସମୁଦାୟ
#  ହ୍ୟୁଷ୍ଟନରେ ଶିଖ ପ୍ରତିନିଧି ସମେତ ଭାରତୀୟ ସଂପ୍ରଦାୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ଆମେରିକା ଗସ୍ତ ଅବସରରେ ୧ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚରେ ନିର୍ମିତ ୫୦ ହଜାର କିଲୋ ୱାଟର ‘ଗାନ୍ଧୀ ସୋଲାର ପାର୍କ’ ଉଦଘାଟନ କରିବେ ମୋଦୀ
# ହାଉଡି ମୋଦୀ କାର୍ଯ୍ୟକ୍ରମ ପୂର୍ବରୁ ହ୍ୟୁଷ୍ଟନର ଶକ୍ତି କ୍ଷେତ୍ରରେ କାମ କରୁଥିବା ବଡ଼ ବଡ଼ କମ୍ପାନୀର ମୁଖ୍ୟ କାର୍ଯ୍ୟ ନିର୍ବାହୀମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

Comments are closed.