ଡୋକରି ଘାଟିରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ, ୪ ମହିଳା ମାଓବାଦୀ ମୃତ

0

କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ଡୋକରି ଘାଟିରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟରେ ଚାରି ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ମୃତ ମାଓବାଦୀ ସମସ୍ତେ ମହିଳା ବୋଲି ସାମ୍ବାଦିକ ସମ୍ମିଳନୀରେ ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ସୂଚନାଯୋଗ୍ୟ, ଗତ ରବିବାର ଅପରାହ୍ଣରେ ଡିଭିଏଫ ଓ ଏସଓଜି ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଥିଲା। ଘଟଣାସ୍ଥଳରେ ମାଓବାଦୀମାନେ ପୁଲିସ ଉପରକୁ ଆଖିବୁଜା ଗୁଳି ବର୍ଷଣ କରିଥିଲେ । ଏହାର ପାଲଟା ଆକ୍ରମଣ କରିଥିଲା ପୁଲିସ । ଫଳରେ ମାଓବାଦୀ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ହୋଇଥିଲେ । ପୁଲିସ ଗୁଳିରେ ଚାରି ଜଣ ମହିଳା ମାଓବାଦୀ ପ୍ରାଣ ହରାଇଛନ୍ତି ।

Leave A Reply