କେରଳ ଓ ତାମିଲନାଡ଼ୁରେ ୪ ସନ୍ଦିଗ୍ଧ ଅଟକ

ତିରୁଅନନ୍ତପୁରମ୍‌ : ଲସ୍କର-ଇ-ତଏବା ଆତଙ୍କବାଦୀଙ୍କୁ ସହାୟତା ପ୍ରଦାନ କରୁଥିବା ଅଭିଯୋଗରେ ପୁଲିସ ୪ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। କେରଳ ଓ ତାମିଲନାଡ଼ୁରେ ଶ୍ରୀଲଙ୍କାରୁ ସାମୁଦ୍ରିକ ପଥ ଦେଇ ୬ ଲସ୍କର ଆତଙ୍କବାଦୀଙ୍କ ଅନୁପ୍ରବେଶ ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ଅନୁସନ୍ଧାନ ଓ ଚଢ଼ଉ ଅଭିଯାନ ଜାରି ରହିଛି।

ଏହିକ୍ରମରେ ପୁଲିସ କେରଳ ଓ ତାମିଲନାଡ଼ୁର ୪ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଦୃଢ଼ କରାଯାଇଛି। କେରଳର ତିସୁରଠାରେ ଜଣଙ୍କୁ ଅଟକ ରଖାଯାଇଥିଲାବେଳେ ସେ ବାହାରିନ୍‌ରୁ ଫେରୁଥିବା ପୁଲିସ ଆଗରେ କହିଛନ୍ତି। କେରଳ ପୁଲିସ ଡିଜି ଲୋକନାଥ ବେହେରାଙ୍କ ସୂଚନାନୁଯାୟୀ ବିମାନବନ୍ଦର, ରେଳ ଓ ବସ୍‌ ଷ୍ଟେସନ୍‌ ଭଳି ସର୍ବସାଧାରଣ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ୟ ତିନି ଜଣଙ୍କୁ ତାମିଲନାଡ଼ୁ ପୁଲିସ ଅଟକ ରଖିଛି। ତାମିଲନାଡ଼ୁରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଥିବା ରାଜ୍ୟ ପୁଲିସ ମୁଖ୍ୟ କହିଛନ୍ତି।

Comments are closed.