ନ୍ୟୁଜିଲାଣ୍ଡ-ବାଂଲାଦେଶ ୩ୟ ଟେଷ୍ଟ ମ୍ୟାଚ ବାତିଲ

0

ନ୍ୟୁଜିଲାଣ୍ଡ:  ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚ ସହରର ୨ଟି ମସଜିଦରେ ଆତଙ୍କବାଦୀ ଆକ୍ରମଣ ପରେ ଏଠାରେ ଅନୁଷ୍ଠିତ ହେବାକୁ ଥିବା ୩ୟ ଟେଷ୍ଟ ମ୍ୟାଚକୁ ବାତିଲ କରିଦିଆଯାଇଛି। ମାର୍ଚ୍ଚ ୧୬ ତାରିଖରେ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥାନ୍ତା। ଶୁକ୍ରବାର ଅଲ୍‌ ନୁର ଏବଂ ଲିନ୍‌ଉଡ୍‌ ମସଜିଦରେ ବନ୍ଧୁକଧାରୀମାନେ ଅତର୍କିତ ଆକ୍ରମଣ କରିଥିଲେ। ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଗୁଳିକାଣ୍ଡ ସମୟରେ ବାଂଲାଦେଶ ଟିମର କେତେଜଣ ଖେଳାଳି ଅଲ୍‌ ନୁର ଚର୍ଚ୍ଚରେ ଥିଲେ। ସେମାନେ ସେଠାକୁ ପ୍ରାର୍ଥନା କରିବାକୁ ଯାଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ସେମାନେ ସେଠାରୁ ରକ୍ଷା ପାଇ ହୋଟେଲ ରୁମକୁ ଫେରିଆସିବାରେ ସଫଳ ହୋଇଥିଲେ। ଏହି ଘଟଣା ପରେ ଖେଳାଳିମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିଲେ। ସୁରକ୍ଷା ଦୃଷ୍ଟିରୁ ମ୍ୟାଚକୁ ବାତିଲ କରାଯାଇଥିବା ଜଣାପଡ଼ିଛି।

Leave A Reply