ଇସ୍ରୋ ଜାରି କଲା ଚନ୍ଦ୍ରଯାନ-୨ ଦ୍ବାରା ଉଠାଯାଇଥିବା ୩ଡି ଫଟୋ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ବୁଧବାର ଏକ ଫଟୋ ଜାରି କରାଯାଇଛି। ଇସ୍ରୋ ଦ୍ବାରା ଚନ୍ଦ୍ରକୁ ପଠାଯାଇଥିବା ଚନ୍ଦ୍ରଯାନ-୨ ଏହି ଫଟୋ ନିଜ କ୍ୟାମେରାରେ କଏଦ କରିଥିବା ଜଣାପଡିଛି।
ସୂଚନା ଅନୁସାରେ, ଚନ୍ଦ୍ରଯାନ-୨ର ଅର୍ବିଟର ହାଇ-ରିଜୋଲ୍ୟୁଶନ କ୍ୟାମେରା(ଓଏଚଆରସି) ଦ୍ବାରା ଏକ ୩ଡି ଫଟୋ ଉତ୍ତୋଳନ କରାଯାଇଛି। ଏହି ଫଟୋ ପ୍ରାୟ ୧୦୦ କିଲୋମିଟର ଅର୍ବିଟରରୁ ନିଆଯାଇଛି। ଏହି ଫଟୋରେ ଚନ୍ଦ୍ରର ଭୂପୃଷ୍ଠରେ ଥିବା ଗର୍ତ୍ତ, ଲାଭା, ରିଲେସ(ଲାଭା ଫାଟିବା ପରେ ଉତ୍ପନ ହୋଇଥିବା ସ୍ଥାନ) ସହିତ ଅନେକ କିଛି ରହିଛି।

Comments are closed.