ଭାରତୀୟ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆରମ୍ଭ: ଉଦ୍‌ଘାଟନ କଲେ ଗଡ଼କରୀ

ନୂଆଦିଲ୍ଲୀ: ୩୯ତମ ଭାରତୀୟ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଗୁରୁବାରଠାରୁ ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନରେ ଆରମ୍ଭ ହୋଇଛି। କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନିତିନ ଗଡ଼କରୀ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି। ଚଳିତବର୍ଷ ବାଣିଜ୍ୟ ମେଳାର ଶୀର୍ଷକ ରହିଛି ‘ସହଜରେ ବ୍ୟବସାୟ’। ପ୍ରତ୍ୟେକ ବର୍ଷ ଏହି ବାଣିଜ୍ୟ ମେଳା ୧୪ ରୁ ୨୭ ନଭେମ୍ବର ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥାଏ। ଅଷ୍ଟ୍ରେଲିଆ, ଇରାନ, ବ୍ରିଟେନ୍, ଭିଏତନାମ, ବାହାରିନ୍, ବାଂଲାଦେଶ, ଭୁଟାନ, ଚୀନ୍, ହଂକଂ ଓ ଇଣ୍ଡୋନେସିଆ ସମେତ ୧୪ଟି ଦେଶ ଏଥିରେ ଭାଗ ନେଉଛନ୍ତି।

Comments are closed.