୩୯ତମ ଜାତୀୟ ସିନିୟର ତୀରନ୍ଦାଜୀ ପ୍ରତିଯୋଗିତା

0

କଟକ : ଭାରତୀୟ ତୀରନ୍ଦାଜୀ ମହାସଂଘ ଏବଂ ଓଡ଼ିଶା ତୀରନ୍ଦାଜୀ ସଂଘ ଆନୁକୂଲ୍ୟ​ରେର ରବିବାର ୩୯ତମ ସିନିୟର ତୀରନ୍ଦାଜୀ ପ୍ରତିଯୋଗିତା ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡ଼ିୟମରେ ଏହି ପ୍ରତିଯୋଗିତା ୧୭ ପର୍ଯ୍ୟନ୍ତ ଚାଲିବ। ରବିବାର ପ୍ରଥମଦିନରେ ରିକର୍ଭ ବିଭାଗର ପ୍ରତିଯୋଗିତା ଆରମ୍ଭ ହୋଇଛି।
ଏହି ପ୍ରତିଯୋଗିତାରେ ମୋଟ ୩୭ଟି ରାଜ୍ୟ ଓ ସଂଗଠନର ଦଳମାନେ ଭାଗ ନେଇଛନ୍ତି। ପ୍ରତିଯୋଗୀଙ୍କ ମଧ୍ୟରେ ୧୦୦ ମହିଳା ଓ ୧୩୭ ପୁରୁଷ ରହିଛନ୍ତି। ପ୍ରଥମଦିନ ଶେଷରେ ବ୍ୟକ୍ତିଗତ ମହିଳା ରିକର୍ଭ ବିଭାଗରେ ରେଳବାଇର ଅଲିମ୍ପିଆନ୍ ଏଲ୍‌. ବୋମ୍ବାୟଲା ଦେବୀ ସର୍ବାଧିକ ୬୪୨ ପଏଣ୍ଟ ସ୍କୋର୍‌କରି ପ୍ରଥମ ସ୍ଥାନରେ ରହିଛନ୍ତି। ଝାଡ଼ଖଣ୍ଡର ଅଙ୍କିତା ଭକତ ୨ୟ, ହରିୟାଣାର ପ୍ରୀତି ୩ୟ, ହରିୟାଣାର ଋଦ୍ଧି ଫୋର୍ ୪ର୍ଥ, ହରିୟାଣାର ସଂଗୀତା ୫ ଓ ଉତ୍ତର ପ୍ରଦେଶର ମଧୁ ବେଦୱାନ ୬ଷ୍ଠ ସ୍ଥାନରେ ରହିଛନ୍ତି। ପୂର୍ବତନ ବିଶ୍ବ ଚମ୍ପିଆନ୍ ତଥା ଅଲିମ୍ପିଆନ୍ ଦୀପିକା କୁମାରୀ ପ୍ରଥମଦିନରେ ତାଙ୍କ ଖ୍ୟାତି ଅନୁସାରେ ପ୍ରଦର୍ଶନ କରି ପାରିନାହାନ୍ତି। ଝାଡ଼ଖଣ୍ଡର ଦୀପିକା ମୋଟ ୬୨୨ ପଏଣ୍ଟ ସହ ୭ମ ସ୍ଥାନରେ ରହିଛନ୍ତି। ଓଡ଼ିଶାର ପ୍ରତିଯୋଗୀଙ୍କ ମଧ୍ୟରୁ ଚାନ୍ଦମଣି ମୁଣ୍ଡା ୪୯୯ ପଏଣ୍ଡ ସହ ୮୫ତମ ସ୍ଥାନରେ, ବାଲି ବନସିଂହ ୪୭୮ ପଏଣ୍ଟ ସହ ୯୦ତମ ସ୍ଥାନରେ, ଆଶାଲତା ଦାସ ୪୭୨ ପଏଣ୍ଟ ସହ ୯୨ତମ ସ୍ଥାନରେ ଏବଂ ସୁମି ମୁଣ୍ଡା ୩୭୩ ପଏଣ୍ଟ ସହ ୯୫ତମ ସ୍ଥାନରେ ରହିଛନ୍ତି। ଦଳଗତ ମହିଳା ରିକର୍ଭ ବିଭାଗରେ ସର୍ବାଧିକ ୧୮୮୩ ପଏଣ୍ଟ ସହ ଝାଡ଼ଖଣ୍ଡ ପ୍ରଥମ, ୧୮୮୧ ପଏଣ୍ଟ ସହ ହରିୟାଣା ୨ୟ ଓ ୧୮୪୯ ପଏଣ୍ଟ ସହ ରେଳବାଇ ୩ୟ ସ୍ଥାନରେ ରହିଛନ୍ତି। ମୋଟ ୧୪୪୯ ପଏଣ୍ଟ ସହ ଓଡ଼ିଶା ଦଳ ୨୩ତମ ତଥା ଅନ୍ତିମ ସ୍ଥାନରେ ରହିଛି। ପୁରୁଷ ରିକର୍ଭ ବ୍ୟକ୍ତିଗତ ବିଭାଗରେ ମହାରାଷ୍ଟ୍ରର ସୁଖମଣି ବାବ୍ରେକର ୬୫୫ ପଏଣ୍ଟ ସହ ପ୍ରଥମ, ୬୫୩ ପଏଣ୍ଟ ସହ ସର୍ଭିସେସ୍‌ର ପ୍ରବୀଣ ଯାଦବ ୨ୟ ଏବଂ ୬୫୨ ପଏଣ୍ଟ ସହ ସର୍ଭିସେସ୍‌ର ଅଲିମ୍ପିଆନ୍ ତରୁଣଦୀପ ରାୟ ୩ୟ ସ୍ଥାନରେ ଅଛନ୍ତି। ଓଡ଼ିଶାର ରଞ୍ଜିତ ନାୟକ ୬୩୪ ପଏଣ୍ଟ ସହ ୧୮ଶ ସ୍ଥାନରେ ରହିଛନ୍ତି। ଦଳଗତ ପୁରୁଷ ରିକର୍ଭରେ ୧୯୫୨ ପଏଣ୍ଟ ସହ ସର୍ଭିସେସ୍ ପ୍ରଥମ, ୧୯୨୯ ପଏଣ୍ଟ ସହ ମହାରାଷ୍ଟ୍ର ୨ୟ ଏବଂ ୧୯୦୦ ପଏଣ୍ଟ ସହ ଦିଲ୍ଲୀ ୩ୟ ସ୍ଥାନରେ ରହିଛି। ୧୮୪୭ ପଏଣ୍ଟ ସହ ଓଡ଼ିଶା ଦଳ ୧୭ଶ ସ୍ଥାନରେ ରହିଛି।
ରବିବାର ସକାଳୁ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଅପରାହ୍‌ଣରେ ଉଦ୍‌ଘାଟନୀ ଉତ୍ସବରେ ଖେଳାଳିଙ୍କ ମାର୍ଚ୍ଚପାଷ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଥିଲେ। ଓଡ଼ିଶା ତୀରନ୍ଦାଜୀ ସଂଘ ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ ଉତ୍ସବ​‌େ​‌ର ଅଧ୍ୟକ୍ଷତା କରିଥିଲେ। ଭାରତୀୟ ତୀରନ୍ଦାଜୀ ମହାସଂଘର ସଭାପତି ଭିଭିପି ରାଓ, ଉପସଭାପତି ଆଇ.ଏସ୍. ତୋମର, ଓଡ଼ିଶା ତୀରନ୍ଦାଜୀ ସଂଘ ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ଉପସଭାପତି ଡ. ସରୋଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର ରିକର୍ଭ ରାଉଣ୍ଡ ସରିବା ପରେ ବୁଧବାର-ଗୁରୁବାର କମ୍ପାଉଣ୍ଡ ରାଉଣ୍ଡ ଏବଂ ଶନିବାର-ରବିବାର ଇଣ୍ଡିଆନ୍‌ ରାଉଣ୍ଡରେ ପ୍ରତିଯୋଗିତା ହେବ।

Leave A Reply