ମଙ୍ଗଳବାର ଜିଏସ୍‍ଟି ପରିଷଦର ୩୪ତମ ବୈଠକ

0

ନୂଆଦିଲ୍ଲୀ : ସାମଗ୍ରୀ ଓ ସେବାକର (ଜିଏସ୍‍ଟି) ପରିଷଦର ବୈଠକ ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ଜିଏସ୍‍ଟି ପରିଷଦର ଏହି ୩୪ତମ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ଗୃହ ନିର୍ମାଣ ତଥା ବିଲଡର୍ସ ବା ଡେଭଲପର କ୍ଷେତ୍ର ପାଇଁ ଜିଏସଟି ହ୍ରାସକୁ କାର୍ଯ୍ୟକାରୀ କରିବା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ପୂର୍ବ ବୈଠକଗୁଡ଼ିକରେ ଜିଏସ୍‍ଟି ପରିଷଦ ନିର୍ମାଣାଧୀନ ଗୃହ ପାଇଁ ଶତକଡ଼ା ୫ ପ୍ରତିଶତ ଓ ସୁଲଭମୂଲ୍ୟର ଘର ପାଇଁ ଶତକଡ଼ା ଏକ ପ୍ରତିଶତ ଜିଏସ୍‍ଟି ହ୍ରାସ କରିଥିଲେ। ଏହି ପରିବର୍ତ୍ତିତ ଟିକସ ଆସନ୍ତା ଏପ୍ରିଲ୍‍ ପହିଲାରୁ ଲାଗୁ ହେବ।

Leave A Reply