ଯାନବାହାନ ଅଟକାଇ ଟଙ୍କା ଆଦାୟ ଅଭିଯୋଗରେ ୩ ଗିରଫ

ଖଡିଆଳ : ଖଡିଆଳ-ନୂଆପଡା ୩୫୩ ନଂ ଜାତୀୟ ରାଜପଥର ଖଡିଆଳ ଠାରୁ ୩ କିଲୋମିଟର ଦୂର ଚଲାନପଡା ଛକ ନିକଟରେ କିଛି ଯୁବକ ଜାତୀୟ ରାଜପଥରେ ଯାଉଥିବା ଯାନବାହନକୁ ଅଟକାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଖଡିଆଳ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକମାନେ ହେଲେ ଚଲାନପଡା ଗ୍ରାମର ଅମିତ ବାରିକ, ବିଜୟ ଚଲାନ ଏବଂ ମିଲନ ରାଉତରାୟ ବୋଲି ଜଣାପଡିଛି।
ସୂଚନା ମୁତାବକ, ମଙ୍ଗଳବାର ସକାଳ ୧୦.୩୦ ମିନିଟ ସମୟରେ ଚଲାନପଡା ଛକ ନିକଟରେ କିଛି ଯୁବକ ଯାନବାହାନକୁ ଅଟକାଇ ଟଙ୍କା ଆଦାୟ କରୁଥିବା ନେଇ ଖଡିଆଳ ପୋଲିସକୁ ଖବର ଆସିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଅଭିଯୁକ୍ତମାନେ ପୁଲିସକୁ ମଧ୍ୟ ଗାଳିଗୁଲଜ କରିଥିଲେ। ପୁଲିସ ଯାତାୟତକୁ ସ୍ୱାଭାବିକ କରି ୩ ଜଣ ଅଭିଯୁକ୍ତ ଅମିତ ବାରିକ, ବିଜୟ ଚଲାନ ଏବଂ ମିଲନ ରାଉତରାୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଖଡିଆଳ ଥାନାଧିକାରୀ କୈଲାସ ଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି।

Comments are closed.