ଦିନ ୩ଟା ମୁଖ୍ୟ ଖବର

ବଡ଼ ଖବର :

#  ପି.  ଚିଦମ୍ବରମଙ୍କୁ  ସିବିଆଇ ମୁଖ୍ୟାଳୟରୁ ଆଣି  କୋର୍ଟରେ ହାଜର କରାଗଲା

#  ସିବିଆଇ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.  ଚିଦମ୍ବରମଙ୍କୁ ଆଜି  ସିବିଆଇ ମୁଖ୍ୟାଳୟରେ ଆଜି ଜେରା କରାଯାଇଥିଲା

# ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ଗିରଫ ପ୍ରତିବାଦରେ ବିଜେପି ଉପରେ ବର୍ଷିଲା କଂଗ୍ରେସ, କେନ୍ଦ୍ର ସରକାର ଚିଦମ୍ବରମ୍‍ଙ୍କ ବିରୋଧରେ ପ୍ରତିଶୋଧମୂଳକ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ବୋଲି ଦଳର ମୁଖପାତ୍ର ରଣଦୀପ ସୁରେଜୱାଲା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। 

#  ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍ ଆଦି ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

# ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀନଗରରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି

#  ଜଷ୍ଟିସ  ବି.ପି ଦାସ ହେଲେ ରାଜ୍ୟ ମାନବାଧିକାର ଆ​ୟୋଗ ଅଧ୍ୟକ୍ଷ

# କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ

# ରାଜ୍ୟରେ ମୌସୁମି ସକ୍ରିୟ, ୪ ଦିନ ବର୍ଷା ସମ୍ଭାବନା 

# ରାଜ୍ୟରେ ଅଲଗା ହେବ ଯୁକ୍ତ ୩ ଓ ଯୁକ୍ତ ୨,  ଶିକ୍ଷା ବିଭାଗର ନିଷ୍ପତ୍ତି

# କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡି ନିକଟରେ ଟ୍ରକ ଧକ୍କାରେ ୩ଟି ହାତୀର ମୃତ୍ୟୁ 
# ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ମାଲକାନାଗିରି ରୁ କାଲିମେଳା, ମୋଟୁ-ପଡିଆ ମଧ୍ୟରେ ଯୋଗାଯୋଗ ବିଛିନ୍ନ

ଆଞ୍ଚଳିକ:

# ଜଷ୍ଟିସ  ବି.ପି ଦାସ ହେଲେ ରାଜ୍ୟ ମାନବାଧିକାର ଆ​ୟୋଗ ଅଧ୍ୟକ୍ଷ

# କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ ଅଯୋଗ୍ୟ ହିତାଧିକାରୀ

# ରାଜ୍ୟରେ ଅଲଗା ହେବ ଯୁକ୍ତ ୩ ଓ ଯୁକ୍ତ ୨, ଶିକ୍ଷା ବିଭାଗର ନିଷ୍ପତ୍ତି

# କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ୨୦ନମ୍ବର ଜାତୀୟ ରାଜପଥ ବାଲିଯୋଡି ନିକଟରେ ଟ୍ରକ ଧକ୍କାରେ ୩ଟି ହାତୀର ମୃତ୍ୟୁ 
# ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ମାଲକାନାଗିରି ରୁ କାଲିମେଳା, ମୋଟୁ-ପଡିଆ ମଧ୍ୟରେ ଯୋଗାଯୋଗ ବିଛିନ୍ନ

# ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି, ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।

ଜାତୀୟ:

# ଆଜିଠାରୁ ଫ୍ରାନ୍ସ, ସଂଯୁକ୍ତ ଆରବ ଏମିରେଟ୍ ଓ ବାହାରିନ୍ ଆଦି ତ୍ରି ରାଷ୍ଟ୍ରୀୟ ବିଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
# ସିବିଆଇ ଦ୍ୱାରା ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଆଜି କୋର୍ଟରେ ହଜର କରାଗଲା

# ଜାମ୍ମୁ କାଶ୍ମୀରର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି।  କାଶ୍ମୀର ଉପତ୍ୟକାରେ କୌଣସି ଅପ୍ରୀତିକର ଘଟଣା
ଘଟିଥିବାର ରିପୋର୍ଟ ମିଳିନାହିଁ। 

# ଜାମ୍ମୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲିକ ଜାମ୍ମୁ କାଶ୍ମୀରର ଲଦାଖ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଶ୍ରୀନଗର ରାଜଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି ।

# ବୈଠକରେ ଗାଁକୁ ଫେରିଚାଲ କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ବୈଠକରେ ସମୀକ୍ଷା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ପ୍ରତି ୫ କୋଟି ଟଙ୍କା ଏବଂ ରାଜସ୍ବ  ଡିଭିଜନ ପିଛା ୫ କୋଟି ଟଙ୍କା ଲେଖାଏଁ ଅନୁଦାନ ପ୍ରଦାନ କରାଯିବ।  

# କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ନୂଆ କ୍ୟାବିନେଟ୍‍ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ୧୯୮୨ ବ୍ୟାଚ୍‍ର ଝାଡ଼ଖଣ୍ଡ କ୍ୟାଡରର ଆଇ.ଏ.ଏସ୍‍. ଅଧିକାରୀ ଶ୍ରୀ ଗୌବା ପି.କେ. ସିହ୍ନାଙ୍କ ସ୍ଥାନରେ ଏହି  ପଦବୀରେ ଅଧିଷ୍ଠିତ ହେବେ। 

# ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆଜିଠାରୁ, ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ଖେଳ।

ଆନ୍ତର୍ଜାତୀୟ:

#  କାଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ଏବଂ ଉଭୟ ଦେଶ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ତ ମତପାର୍ଥକ୍ୟ ଦୂର କରିବା ଉଚିତ୍‍ ବୋଲି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ୍‍-ୟେଭେସ୍‍ ଲି ଡ୍ରିୟାନ୍‍ ଏକ ବିବୃତ୍ତିରେ କହିଛନ୍ତି

#  ଭାରତ-ନେପାଳ ଯୁଗ୍ମ କମିଶନ୍‍ ର ପଞ୍ଚମ ବୈଠକ କାଠମାଣ୍ଡୁରେ ସଫଳତାର ସହ ଶେଷ ହୋଇଛି। ଏହି ବୈଠକରେ
ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଓ ନେପାଳ ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି ସହ ଅଧ୍ୟକ୍ଷତା କରିଥିଲେ। 

Comments are closed.