୩ ପିଏଲଏଫଆଇ ସଦସ୍ୟ ଗିରଫ; ୨ ପିସ୍ତଲ ସହ ଗୋଟିଏ ଭୁଜାଲି ଜବତ

ରାଉରକେଲା : ସୁନ୍ଦରଗଡ଼ ଜିଲା ବିଶ୍ରା ଥାନା ଅଞ୍ଚଳରୁ ବୁଧବାର ୩ ଜଣ ପିଏଲଏଫଆଇ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି। ଗିରଫ ସଦସ୍ୟମାନେ ହେଲେ ପୱନ ତାନିବାଡ଼ିଙ୍ଗ୍‍(୨୪), ସାମୁଏଲ୍‍ ସଏ ମୁର୍ମୁ(୨୨) ଏବଂ ରାଜେଶ ବିରୁଆ(୪୫)। ସେମାନଙ୍କ ନିକଟରୁ ୨ଟି ପିସ୍ତଲ ଓ ଗୋଟିଏ ରାଉଣ୍ଡ୍‍ ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି ଜବତ କରାଯାଇଛି। ସେମାନେ ଦାଦାବଟି ସହ ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଥିବା ସହ କିଛି ଦିନ ଧରି ଫେରାର ଥିଲେ। ୨୦୧୬ ମସିହାରୁ ସେମାନେ ପିଏଲଏଫଆଇ ସଦସ୍ୟ ଭାବେ ସକ୍ର୍ରିୟ ଥିଲେ।

Comments are closed.