ବାଇକକୁ ଧକ୍କା ଦେଲା ଟ୍ରକ, ୩ ମୃତ

ଯାଜପୁର: ଯାଜପୁର ଜିଲା ପାଇକୋଇଲି ଥାନା ପଥରପଦା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପାଣିକୋଇଲି ଥାନା ନରପଦା ଗାଁର ଜଗନ୍ନାଥ ପଣ୍ଡା, ତଣ୍ଡରା ଗାଁର ସିପୁନ ଦଳେଇ ଏବଂ ଇନ୍ଦ୍ରମଣି ଓରଫ କୁନା ଦଳେଇ।

ସୂଚନା ଅନୁସାରେ, ୩ ଜଣ ଯୁବକ ଏକ ବାଇକରେ ସୋମବାର ବିଳମ୍ବିତ ରାତିରେ ୧୬ ଜାତୀୟ ରାଜପଥର ପାଇକୋଇଲି ଥାନା ନିକଟରେ ରାସ୍ତାପାର ହେଉଥିଲେ। ଏହି ସମୟରେ ଏକ ଆଳୁ ବୋଝେଇ ଟ୍ରକ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଟ୍ରକଟି ରାସ୍ତାକଡ଼କୁ ଚାଲିଯାଇଥିଲା। ଘଟଣା ସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଗୁରୁତରଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଛି। ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

Comments are closed.