ଓଡ଼ିଶାକୁ ବିଶ୍ୱସ୍ତରୀୟ କୁଶଳୀ ଶ୍ରମଶକ୍ତିର କେନ୍ଦ୍ର ଭାବେ ପରିଣତ କରାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉନ୍ନତ ଜ୍ଞାନକୌଶଳ ବିନିଯୋଗ କରି ଓଡ଼ିଶାକୁ ବିଶ୍ୱସ୍ତରୀୟ କୁଶଳୀ ଶ୍ରମଶକ୍ତିର କେନ୍ଦ୍ର ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।  ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୋମବାର  ଭୁବନେଶ୍ୱରସ୍ଥିତ ଖାରବେଳ ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ମୁଖ୍ୟମନ୍ତ୍ରୀ ସେ ଏହା କହିଛନ୍ତି। ରାଜ୍ୟର ଯୁବକମାନଙ୍କୁ ଦକ୍ଷ ଓ କୁଶଳ କରିବା ସହିତ ରୋଜଗାରକ୍ଷମ କରିବା ପାଇଁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ଟାଟା ଷ୍ଟ୍ରାଇଭ ସହ ୨ଟି ଓ ଟେକ୍‍ ମହିନ୍ଦ୍ରା ସହ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି। ଟାଟା ଷ୍ଟ୍ରାଇଭ୍‍ ଓ ଡିଟିଇଟି ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରରେ ଆଇଟିଆଇ ଛାତ୍ରଙ୍କ ଦକ୍ଷତା ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ବାରା ଥିରେ ୪୯ଟି ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ। ସେହିପରି ଟେକ୍‍ ମହିନ୍ଦ୍ରା ଓ ବିପିୟୁଟି ଏବଂ ସିଇଟି ମଧ୍ୟରେ ହୋଇଥିବା ବୁଝାମଣାପତ୍ରରେ ସିଇଟିରେ କୃତ୍ରିମ ବୁଦ୍ଧିମତ୍ତା ଉତ୍କର୍ଷ କେନ୍ଦ୍ର ହେବ।

Comments are closed.