ତିନି ଜଣଙ୍କ ଜୀବନ ବଞ୍ଚାଇଲା କୋମାରେ ଥିବା ଝିଅ

0

କଲକାତା: ଦୀର୍ଘ ଦିନ ଧରି କୋମାରେ ଥିବା ଜଣେ ୧୩ ବର୍ଷର ଝିଅର ଅଙ୍ଗ ଆଉ ତିନିଜଣଙ୍କ ଜୀବନ ବଞ୍ଚାଇପାରିଛି। କଲକାତା ପଶ୍ଚିମ ବର୍ଦ୍ଧମାନ ଜିଲାରେ ଏଭଳି ଉଦାହରଣ ଦେଖିବାକୁ ମିଳିଛି।
ମଧୁସ୍ମିତା ବେନ୍‍ ନାମକ ଏହି ନାବାଳିକାଙ୍କ ମସ୍ତିଷ୍କ ଦୀର୍ଘ ଦିନ ଧରି କାମ କରିବା ବନ୍ଦ କରିଦେଇଥିଲା। ସେ ବଞ୍ଚିବା ଆଶା କ୍ଷୀଣ ବୋଲି ଜଣାପଡ଼ିବା ପରେ ତାଙ୍କ ପରିବାର ଲୋକେ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସ୍‍ଏସ୍‍କେଏମ୍‍ ଡାକ୍ତରଖାନାରୁ ଦୁର୍ଗାପୁର ମିଶନ୍‍ ହସ୍ପିଟାଲ୍‍କୁ ତାଙ୍କର ବୃକକ୍‍ ଓ ଯକୃତ ଓ କୋର୍ଣ୍ଣିଆକୁ ଅନ୍ୟ ତିନି ଜଣଙ୍କ ଶରୀରରେ ରୋପଣ ପାଇଁ ୧୭୦ କିମି ଦୂର ନିଆଯାଇଥିଲା। ଏଥିପାଇଁ ପାନାଗଡ଼ ବାଇପାସ୍‍ -ବର୍ଦ୍ଧମାନ-ଡାଙ୍କୁଣୀ-ସାନ୍ତାଗାଚ୍ଛି ରାସ୍ତାରେ ଗ୍ରୀନ୍‍ କରିଡର ସୃଷ୍ଟି କରାଯାଇଥିଲା।

Leave A Reply