୩ ଜିଲା ପାଇଁ କାଳବୈଶାଖୀ ସତର୍କ ସୂଚନା

0

ଭୁବନେଶ୍ୱର : ରାଜ୍ୟର ୩ଟି ଜିଲାରେ କାଳବୈଶାଖୀ ବର୍ଷା ସହ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି । ବିଶେଷ କରି ଗଞ୍ଜାମ, ଗଜପତି ଏବଂ ପୁରୀ ଜିଳାବାସୀଙ୍କୁ ସତର୍କ ରହିବାକୁ କୁହାଯାଇଛି। ପାଣିପାଗ ରାଡର ଏବଂ ଉପଗ୍ରହରୁ ମିଳିଥିବା ଛବି ଏବଂ ତଥ୍ୟରୁ ଏହି ପୂର୍ବାନୁମାନ କରାଯାଇଛି । ଏହି ୩ ଜିଲାରେ କାଳବୈଶାଖୀ ସୃଷ୍ଟି ହୋଇ ଭୂଭାଗରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମଟିର ବେଗରେ ପବନ ବୋହିବ ବୋଲି ପୂର୍ବାନୁମାନ କରାଯାଇଛି ।

Leave A Reply