ଡକାୟତି ମାମଲରେ ୩ ଅଭିଯୁକ୍ତ ଗିରଫ ଜଣେ ଫେରାର

ଲାଠୋର – ବଲାଙ୍ଗିର ଜିଲା ଲାଠୋର ଥାନା ଅନ୍ତର୍ଗତ ଲାନ୍ଥ ନଦୀ ନିକଟରେ ଗତ ୧୪/୫/୨୦୧୯ ଅପରାହ୍ନରେ ହୋଇଥିବା ଏକ ଡକାୟତି ମାମଲାର ଲାଠୋର ପୋଲିସ ପର୍ଦ୍ଦାଫାସ କରିଛି । ତିନି ଜଣ ଡକାୟତଙ୍କସହ ଡକାୟତିରେ ବ୍ୟବହୃତ ବାଇକକୁ ପୁଲିସ ଜବତ କରିଛି । ଏହାକ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛଇ ।
ପାଟଣାଗଡ ଥାନା ନ ବିନ୍ଧନପଦର ଗ୍ରାମର ବ୍ୟବସାୟୀ ଗୌରାଙ୍ଗ ମେହେର ନିଜର ସାମଗ୍ରୀ ବିକ୍ରି କରିଏକ ଗାଡିରେ ଗାଡିରେ ଫେରୁଥିଲେ । ସେହି ଗାଡିର ଡ୍ରାଇଭର ପିତବାସ ଭୋଇଙ୍କର ଡକାୟତି ଯୋଜନା କରିଥିଲେ । ଲାଠୋର ଲାନ୍ଥ ନଦୀ ପାଖରେ ଡ୍ରାଇଭର ନିଜର ତିନି ଜଣ ସହଯୋଗୀ ତୁରେକେଲା ଥାନା ଅଧିନ ମହୁଲପାଟି ଗ୍ରାମର ହିରାଲାଲ ଶବର (୨୧), ଗଇନ୍ଦିମାଲ ଗ୍ରାମର ଦିଯ୍ୟୁ ପଧାନ (୩୪) ଓ ମହନିଲହ ଗ୍ରାମର ଧୁବଲେଶ୍ୱର ସାହୁ (୪୨)ଙ୍କ ସହଯୋଗରେ ଗୌରାଙ୍ଗ ମେହେରଙ୍କ ଆଖିରେ ଲଙ୍ଗା ଗୁଣ୍ଡ ଛିଞ୍ଚି ବେକରେ ଛୁରି ଲଗାଇ ୨ ଲକ୍ଷ ୮୦ ହଜାର ଟଙ୍କାକୁ ଲୁଟ କରି ଫେରାର ହୋଇଯାଇଥିଲେ । ପରେ ସେମାନେ ମଲିକଦରୋ ଜଙ୍ଗଲରେ ୭୦ ହଜାର ଟଙ୍କା ଲେଖାଏଁ ଭାଗବାଣ୍ଟି ନେଇଥିଲେ ।
ଏ ବିଷୟରେ ଗୌରାଙ୍ଗ ଲାଠୋର ଥାନାରେ ଏକ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ଲାଠୋର ପୋଲିସ ତଦନ୍ତ ଜାରି ରଖିଥିଲା। ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ବୁଧବାର ଗିରଫ କରି ହିରାଲାଲ ପାଖରୁ ୨୦ ହଜାର ୫ ଶହ ଟଙ୍କା, ଦିଯ୍ୟୁ ପଧାନଙ୍କ ଠାରୁ ୫ ହଜାର ଟଙ୍କା ଓ ଧୁବଲେଶ୍ୱର ଠାରୁ ୩ ଜହାର ଟଙ୍କା ଏବଂ ଡକାୟତି ରେ ବ୍ୟବହୃତ ବାଇକ ନଂ ଓଡି-୨୬-ବି-୩୦୧୬ କୁ ଜବତ କରି ଲାଠୋର ଥାନା କେସ ନଂ ୪୪/୧୯ ରେ ଆଇପିସି ଦଫା ୩୯୪ ରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.