୧୨ ତାରିଖ ପର୍ଯ୍ୟନ୍ତ ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା

0

ଭୁବନେଶ୍ବର : ରାଜ୍ୟରେ ଥିବା ୧୦୪୭ ଡିଗ୍ରୀ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୨୦୧୯-୨୦ ଶିକ୍ଷାବର୍ଷ  ପାଇଁ ବୁଧବାରଠାରୁ ଯୁକ୍ତ ତିନି ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଆରମ୍ଭ ହୋଇଛି। ଏଥି ପାଇଁ ମଙ୍ଗଳବାର ମେଧା ତାଲିକା ପ୍ରକାଶ ପାଇଥିଲା । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ନାମ ଲେଖାପାରିବେ।
ନାମଲେଖା ପରେ ୧୩ ତାରିଖ ସୁଦ୍ଧା ଇ-ସ୍ପେସ୍‌ରେ ଚୂଡାନ୍ତ ନାମଲେଖା ତଥ୍ୟ ଅପଲୋଡ୍‌ କରାଯିବ। ସୂଚନାଯୋଗ୍ୟ କଳା, ବାଣିଜ୍ୟ ,ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ରାଜ୍ୟରେ ମୋଟ ୨ଲକ୍ଷ ୪୩ ହଜାର ୨୭୪ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଓ ସ୍ପଟ୍‌ ନାମଲେଖାରେ ମୋଟ ୧ ଲକ୍ଷ ୬୦ ହଜାର ୨୫୯ ଛାତ୍ରଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ବଳକା ଥିବା ସିଟ୍‌ରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀ ନାମଲେଖାଇବେ।

Leave A Reply