ରବିବାର ଦ୍ବିତୀୟ ଓଜେଇଇ

ଭୁବନେଶ୍ବର : ରାଜ୍ୟରେ ରବିବାର ସ୍ବତନ୍ତ୍ର ଅର୍ଥାତ ଦ୍ବିତୀୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁ‌ଷ୍ଠିତ ହେବ । ୨୦ଟି ସହରରେ ୩୧ ପରୀକ୍ଷା କେନ୍ଦ୍ରରେ ମୋଟ ୧୭,୬୭୯ ବିଦ୍ୟାର୍ଥୀ ପରୀକ୍ଷା ଦେବେ। ତେବେ ପରୀକ୍ଷା ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ପ୍ରଥମ ସିଟିଂ ସାଢେ ୯ଟାରୁ ୧୦.୩୦ ମିନିଟ ଯାଏ ଚାଲିବ। ଏହି ସିଟିଂରେ ବି.ଟେକ୍ ଓ ବି.ଫାର୍ମା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବି.ଟେକ୍‌ରେ ୭,୭୭୧ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ବି.ଫାର୍ମାରେ ୧୧୬୧ ଜଣ ପରୀକ୍ଷାର୍ଥୀ ଅଛନ୍ତି। ସେହିପରି ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ୧ଟାଏ ପର୍ଯ୍ୟନ୍ତ ଚାଲିବ। ଏହି ସିଟିଂରେ ଲାଟେରାଲ ଟେକ୍ ଡିପ୍ଲୋମା, ଲାଟେରାଲ ଟେକ୍(ବି.ଏସ୍‌), ଏମ୍‌ବିଏ, ଏମ୍‌ସିଏ, ଲାଟେରାଲ ଏମ୍‌ସିଏ ଓ ଏମ୍‌.ଫାର୍ମା ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଲାଟେରାଲ ଟେକ୍ ଡିପ୍ଲୋମାରେ ୪୩୧୨, ଲାଟେରାଲ ଟେକ୍ ବି.ଏସ୍‌ରେ ୧୨୦, ଏମ୍‌ବିଏରେ ୩୪୦୪,ଏମ୍‌ସିଏରେ ୬୧୪, ଲାଟେରାଲ ଏମ୍‌ସିଏ ୨୪୭, ଏମ.ଫାର୍ମାରେ ୪୯ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଏହି ପରୀକ୍ଷା ଅଫ୍‌ଲାଇନରେ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ମିଳିଛି।

Comments are closed.