ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ ଆଜି

ସ୍ପେନ: ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ  ଦ୍ୱିତୀୟ ଆନ୍ତର୍ଜାତୀକ ଦିନିକିଆ ମ୍ୟାଚ୍ ରବିବାରେ ଖେଳାଯିବ । ଏହି ଦିନିକିଆ ମ୍ୟାଚ ଭାରତୀୟ ସମୟ ସଂଧ୍ୟା ୭ଟାରେ ସ୍ପେନର ଓଭାଲ ଷ୍ଟାଡିୟମରେ ଖେଳାଯିବ । ସିରିଜର ପ୍ରଥମ ଦିନିକିଆ ମ୍ୟାଚ ବର୍ଷା ଯୋଗୁ ବାଧା ପ୍ରପ୍ତ ହୋଇଥିଲା । ଭାରତୀୟ ବ୍ୟାଟ୍ସମାନେ ଭଲ ଫର୍ମରେ ଥିବାବେଳେ ଓ୍ୱେଷ୍ଟଇଣ୍ଡିଜ୍ ର ମଧ୍ୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ , ହେଟମାୟର, କେଭିନ ଲୁଇସ ଭଳି ବ୍ୟାଟ୍ସ ମ୍ୟାନ ଅଛନ୍ତି । ଭାରତ ଟ୍ୱେଣ୍ଟ୍-୨୦ ସିରିଜ ଜିତି ମନବଳ ଦୃଢ କରିସାରିଥିବାବେଳେ ଓ୍ୱେଷ୍ଟଇଣ୍ଡିଜ୍ ଆନ୍ତର୍ଜାତୀକ ଏକଦିବସୀୟ ସିରିଜ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ଅଛି । ଆଜି ଖେଳାଯିବାକୁଥିବା ମ୍ୟାଚରେ କଡାମୁକା ବିଲା ହେବ ବୋଲି ଅନୁମାନ କରାଯାଉଛି ।

Comments are closed.