ଗୁଆହାଟୀରେ ଦ୍ୱିତୀୟ ଭାରତ ଓପନ୍‍ ଆନ୍ତର୍ଜାତିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ

ଗୁଆହାଟୀ : ଆସାମର ଗୁଆହାଟୀଠାରେ ଦ୍ୱିତୀୟ ଭାରତ ଓପନ୍‍ ଆନ୍ତର୍ଜାତିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ ସୋମବାରଠାରୁ ଆରମ୍ଭ ହୋଇଛି । ୧୬ଟି ଦେଶର ୨୦୦ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ୫ ଦିନ ବ୍ୟାପି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ଭାରତରୁ ୩୮ ଜଣ ପୁରୁଷ  ଓ ୩୭ ଜଣ ମହିଳା ପ୍ରତିଯୋଗୀଙ୍କର ଏକ ଦଳ ଏଥିରେ ଭାଗ ନେଉଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରତିଯୋଗିତା ସୋମବାର ଓ ମଙ୍ଗଳବାର ଆରମ୍ଭ ହେବ। ଏହାପରେ
ନକ୍‍ଆଉଟ୍‍ ପର୍ଯ୍ୟାୟ ପ୍ରତିଯୋଗିତା ହେବ।

ପୁରୁଷଙ୍କ ପାଇଁ ୧୦ଟି ଏବଂ ମହିଳାଙ୍କ ପାଇଁ ୮ଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସ୍ବର୍ଣ୍ଣ ପଦକ ବିଜେତା ୨୫୦୦ଏବଂ ରୌପ୍ୟ ପଦକ ବିଜେତା ୧୦୦୦ ଆମେରିକୀୟ ଡ଼ଲାର ପୁରସ୍କାର ପାଇବେ। ଗତ ବର୍ଷର ପ୍ରତିଯୋଗିତାରେ ଭାରତ ୬ଟି ସ୍ବର୍ଣ୍ଣ ପଦକ ଜିତିତଥିଲା।

 

Comments are closed.