ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ଵିତୀୟ କ୍ୟାମ୍ପସ୍‍ ଉଦଘାଟିତ

0

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ୍‍ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍‍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଉଦ୍‍ଘାଟନ କରିଛନ୍ତି। ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଖୋଲିଥିବା ଏହି ଅସ୍ଥାୟୀ କ୍ୟାମ୍ପସର ଦୁଇଟି ବିଭାଗରେ ୪୮ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବେ। ଇତିମଧ୍ୟରେ ପବ୍ଲିକ୍‍ ହେଲ୍‍ଥ୍‍ ସ୍ନାତକୋତ୍ତର ଏବଂ ରୁରାଲ୍‍ ମ୍ୟାନେଜ୍‍ମେଣ୍ଟ ଏମବିଏ ପାଠ୍ୟକ୍ରମରେ ନାମଲେଖା ଶେଷ ହୋଇଛି। ଉଭୟ ବିଭାଗରେ ୨୪ ଜଣ ଲେଖାଏଁ ନାମ ଲେଖାଇଛନ୍ତି। ପ୍ରତି ବିଭାଗରେ ୩ ଜଣ ଲେଖାଏଁ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଛି। ପିଲାମାନଙ୍କ ପାଠପଢ଼ା ପାଇଁ ବାବା ଭୈରବାନନ୍ଦ ମହାବିଦ୍ୟାଳୟରେ ୩ ମହଲା ବିଶିଷ୍ଟ କୋଠା ନିର୍ମାଣ ହୋଇଛି। କ୍ଲାସ୍‍ ରୁମ୍‍ ସହ ଉନ୍ନତମାନର ପାଠାଗାର ପ୍ରତିଷ୍ଠା ହୋଇଛି। ତେବେ ଅସ୍ଥାୟୀ କ୍ୟାମ୍ପସରେ ରହିବା ଲାଗି ହଷ୍ଟେଲ୍‍ ସୁବିଧା ନ ଥିବାରୁ ଏବେ ଛାତ୍ରଛାତ୍ରୀ ସମ୍ପୃକ୍ତ ମହାବିଦ୍ୟାଳୟ ହଷ୍ଟେଲରେ ରହିବେ।

Leave A Reply