ଅଗ୍ନିକାଣ୍ଡରେ ଜଳିଗଲା ୨ଟି ଦୋକାନ ଘର ଓ ନଗଦ ୨ଲକ୍ଷ ଟଙ୍କା

0

ଆରଡି: ଆରଡି ମୁଖ୍ୟ ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ଓ ବାସଗୃହ ସମ୍ପୁର୍ଣ୍ଣ ଜଳି ଯାଇଛି। ଗୁରୁବାର ବିଳମ୍ବିତ ରାତିରେ ସର୍ଟସକିଟ୍‍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ସମସ୍ତ ଆସବାବ ପତ୍ର ଜଳି ନଷ୍ଟ ହୋଇଯାଇଛି। ଏଥିରେ ପ୍ରାୟ ୧୨ରୁ ୧୫ଲକ୍ଷ ଟଙ୍କାର ଆସବାବ ପତ୍ର ସହ ନଗଦ ୨ଲକ୍ଷ ଟଙ୍କା ମଧ୍ୟ ଜଳି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଘଟିବା ସଙ୍ଗେ ସଙ୍ଗେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ମାତ୍ର ମୁଖ୍ୟ ବଜାରରୁ ଦମକଳ କାର୍ଯ୍ୟାଳୟ ଅନେକ ଦୂର ହୋଇଥିବାରୁ ବିଳମ୍ବରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Leave A Reply