୨୯ ଅଧିକାରୀଙ୍କୁ ପୁଲିସ ସେବା ପଦକ

0

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ପୁଲିସ ବିଭାଗର ଚାରିଜଣ ଅଧିକାରୀ ରାଷ୍ଟ୍ରପତି ବିଶିଷ୍ଟ ପୁଲିସ ସେବା ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକା ଅନୁଯାୟୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ରଥ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜ୍ଞାନରଞ୍ଜନ ମହାନ୍ତି ଏବଂ ଭିଜିଲାନ୍ସ ବିଭାଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏମ ରାଧାକୃଷ୍ଣ ଓ ସବ୍‍ଇନସପେକ୍ଟର ରମେଶ ଚନ୍ଦ୍ର ନାୟକ ଉକୃଷ୍ଟ ସେବା ପାଇଁ ରାଷ୍ଟ୍ରପତି ବିଶିଷ୍ଟ ପୁଲିସ ସେବା ପଦକରେ ସମ୍ମାନିତ ହେବେ। ସ।ହାସିକତା ପୁଲିସ ପଦକ ତାଲିକାରେ ଓଡ଼ିଶା ପୁଲିସର ୧୧ଜଣଙ୍କ ନାମ ରହିଛି। ପୁଲିସ ସାହାସିକତା ପୁରସ୍କାର ତାଲିକାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ନିରଞ୍ଜନ ସାହୁ, ସବ୍‍ଇନସପେକ୍ଟର ଉମେଶ କୁମାର ସିଂ, କନଷ୍ଟେବଳ ହରିବନ୍ଧୁ କିର୍ସାନୀ, ଭୀଷ୍ମ କରୁଆଁ, ସାମନ୍ତ ମାଝି, ରାକେଶ କୁମାର ସ୍ୱାଇଁ, ଅଜୟ ବେହେରା, ଧନେଶ୍ୱର ମାଝି, ସର୍ଜେଣ୍ଟ ଜ୍ୟୋତି କୁମାର କିରୋ, ଡେପୁଟି ସୁବେଦାର ସୌମ୍ୟରଞ୍ଜନ ଦାଶ ଓ ହାବିଲଦାର ଭକ୍ତ ପ୍ରିୟ ସାହୁ ଅଛନ୍ତି।
ପ୍ରଶଂସନୀୟ ସେବା ପାଇଁ ଓଏସଏପି ଅଷ୍ଟମ ବଟାଲିଅନର କମାଣ୍ଡାଣ୍ଟ ଉଦୟ କୁମାର ରଥ, ଇଣ୍ଡିଆନ ରିଜର୍ଭ ସପ୍ତମ ବଟାଲିଅନର କମାଣ୍ଡାଣ୍ଟ ଜବାହର ମୋହନ ପଟେଲ ଓ ଅଷ୍ଟମ ବଟାଲିଅନର କମାଣ୍ଡାଣ୍ଟ ଚନ୍ଦ୍ରଶେଖର ପାତ୍ର, ଗୁଇନ୍ଦା ବିଭାଗ ଏସପି ତଥା କମାଣ୍ଡାଣ୍ଟ ଟଙ୍କଧର ପ୍ରଧାନ, ଡେପୁଟି କମିସନର ବିଜୟ କୁମାର ସାହୁ, କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରାଧା ବିନୋଦ ପାଣିଗ୍ରାହୀ, ଡିଏସପି ବିଜୟଭାନୁ ମିଶ୍ର, ବୃନ୍ଦାବନ ଘଡେଇ, ସରୋଜ କୁମାର ସାମଲ, ରବୀନ୍ଦ୍ର କୁମାର ପଣ୍ଡା, ଆସିଷ୍ଟାଣ୍ଟ ସବ୍‍ଇନସପେକ୍ଟର ମୋହିତ କୁମାର ମଲ୍ଲିକ ଓ ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ହାବିଲଦାର ମେଜର ଅମିୟ କୁମାର ରାଉତରାୟ ଓ କନଷ୍ଟେବଳ ସତ୍ୟବାଦୀ ମଲ୍ଲିକଙ୍କ ନାମ ଘୋଷଣା କରାଯାଇଛି। ଭୁବନେଶ୍ୱର ସିବିଆଇ ଏସପି ପ୍ରମୋଦ କୁମାର ମାଞ୍ଜି ଓ ଭୁବନେଶ୍ୱରରେ କେନ୍ଦ୍ର ସ୍ୱରାଷ୍ଟ ବ୍ୟାପାର ମନ୍ତ୍ରଣାଳୟର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କ ନରେନ୍ଦ୍ର କୁମାର ପଣ୍ଡା ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ ପାଇବେ।
ଅଗ୍ନିଶମ ସେବା କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଲିଡିଙ୍ଗ ଫାୟାରମ୍ୟାନ ଫନିନ୍ଦ୍ର ନାୟକ ରାଷ୍ଟ୍ରପତି ଅଗ୍ନିଶମ ବିଶିଷ୍ଟ ସେବା ପଦକ ପାଇବେ। ପ୍ରଶଂସନୀୟ ସେବା ପାଇଁ ଡେପୁଟି ଫାୟାର ଅଧିକାରୀ ଦେବେନ୍ଦ୍ର କୁମାର ସ୍ୱାଇଁ, ଷ୍ଟେସନ ଅଫିସର ପ୍ରତାପ କୁମାର ସିଂ, ଗୌରାଙ୍ଗ ଚରଣ ସିଂ ଓ କ୍ଷୀରୋଦ କୁମାର ଶତପଥୀ ଏବଂ ଡ୍ରାଇଭର ହାବିଲଦାର ପୂର୍ଣ୍ଣଚନ୍ଦ୍ର ରାଉତ ମନୋନୀତ ହୋଇଛନ୍ତି।
ହୋମଗାର୍ଡ ଓ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ପ୍ଲାଟୁନ କମାଣ୍ଡର ଦୋଳଗୋବିନ୍ଦ ମହାପାତ୍ର, ହୋମଗାର୍ଡ଼ ସୁବାସ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ସାହୁ ଓ ପ୍ରଶାନ୍ତ କୁମାର ବେହେରାଙ୍କ ନାମ ଘୋଷଣା କରାଯାଇଛି।
ତ୍ରୁଟି ନିବାରକ ସେବା ଶ୍ରେଣୀରେ ଚାରି ଜଣ ଜେଲ ବିଭାଗ ଅଧିକାରୀଙ୍କ ନାମ ଘୋଷଣା କରାଯାଇଛି। ଜେଲ ବିଭାଗରେ ଉତ୍କୃଷ୍ଟ ସେବା ପାଇଁ ସମ୍ବଲପୁର ସର୍କଲ କାରାଗାରର ଜେଲର ସୌଭାଗ୍ୟ କୁମାର ବଳ ଓ ବ୍ରହ୍ମପୁର ସର୍କଲ କାରାଗାରର କଲ୍ୟାଣ ଅଧିକାରୀ ବିଜୟ ଚନ୍ଦ୍ର ରଥ ରାଷ୍ଟ୍ରପତି correctional ସେବା ପଦକରେ ସମ୍ମାନିତ ହେବେ। ସେହିପରି ପ୍ରଶଂସନୀୟ ସେବା ପଦକରେ ବ୍ରହ୍ମପୁର ସର୍କଲ କାରାଗାରର ଆସିଷ୍ଟାଣ୍ଟ ଜେଲର ହନୁ ସେଠୀ ଓ ବରଗଡ଼ ଉପକାରାଗାର ୱାର୍ଡର ଅନିରୁଦ୍ଧ ବଢ଼େଇଙ୍କୁ ସମ୍ମାନିତ କରାଯିବ।

Leave A Reply