ବିଚ ରାସ୍ତାରୁ ୨୫ ଲକ୍ଷ ଲୁଟ୍ ଅଭିଯୋଗ

0

ଗଞ୍ଜାମ: ଖଲିକୋଟ ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ବିଚ ରାସ୍ତାରୁ ଲୁଟେରାମାନେ ଲୁଟ କରିଛନ୍ତି। ମିଳିଥିବା ସୂଚନା ଅନୁସାୟୀ, ଗୋରପାଲି ଟୋଲ୍ ଗେଟର ୩ଜଣ କର୍ମଚାରୀ ୨୫ଲକ୍ଷ ୩୦ହଜାର ଟଙ୍କା ନେଇ ଖଲିକୋଟରେ ଥିବା ଆକ୍ସିସ୍ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ହଠାତ ହରିଡାମୂଳା ଛକ ପାଖରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ସେମାନଙ୍କୁ ଅଟକାଇ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଧସ୍ତାଧସ୍ତି ହେବାରୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ଟଙ୍କା ନେଇ ପଳାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଘଟଣାସ୍ଥଳରୁ ଏକ ଖୋକା ଜବତ କରିଛି । ସହରର ବିଭିନ୍ନ ମୁଖ୍ୟ ରାସ୍ତାକୁ ବନ୍ଦ କରି ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ଉଦ୍ୟମ ଚଳାଇଛି । ଏପର୍ୟ୍ୟନ୍ତ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Leave A Reply