କ୍ରାଇମବ୍ରାଞ୍ଚର ୨୫ ଅଧିକାରୀଙ୍କୁ ସମ୍ମାନୀତ କଲେ ପୋଲିସ ଡିଜି

କଟକ: ଓଡିଶା ପୁଲିସ କ୍ରାଇମବ୍ରାଞ୍ଚର ୨୫ଜଣ ସଫଳ ତଦନ୍ତକାରୀ ଅଧିକାରୀଙ୍କୁ ଶୁକ୍ରବାର ପୋଲିସ ଡିଜି ବିଜୟ ଶର୍ମା ସମ୍ମାନୀତ କରିଛନ୍ତି। ରାଜ୍ୟରେ ଅପରାଧ ହାର ହ୍ରାସ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ତଦନ୍ତକାରୀ ଅଧିକାରୀମାନଙ୍କୁ ଉତ୍ସାହିତ କରିବା ସକାଶେ ଆଜି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବଛା ହୋଇଥିବା ୨୫ଜଣ କ୍ରାଇମବ୍ରାଞ୍ଚ ତଦନ୍ତକାରୀ ଅଧିକାରୀଙ୍କୁ ସମ୍ମାନୀତ କରାଯାଇଥିବା ସୂଚନା ମିଳିଛି।

ଏହି ଅଧିକାରୀମାନଙ୍କର ସମୟୋପଯୋଗୀ ତଦନ୍ତ ଫଳରେ ଅପରାଧୀମାନେ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସମୟରେ ଏଭଳି  ସମ୍ମାନ ପ୍ରଦାନ ଉତ୍ସବରେ ଆୟୋଜନ କରାଯାଇଥାଏ। ଏହି ଉତ୍ସବରେ ରାଜ୍ୟରୁ ଅପରାଧ ମାତ୍ରା ହ୍ରାସ କରିବାରେ ଅଂଶଗ୍ରହଣ କରିଥିବା ତଦନ୍ତକାରୀ ଅଧିକାରୀମାନଙ୍କୁ ସମ୍ମାନୀତ କରାଯାଏ।

ସମ୍ମାନିତ ହୋଇଥିବା ପୁଲିସ ଅଧିକାରୀମାନେ ହେଉଛନ୍ତି – ବାଲେଶ୍ୱରର ଅତିରିକ୍ତ ଏସପି ଗୋବିନ୍ଦ ସେଠି, ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ୱାଇଁ, ପୁଲିସ ଏସଆଇ ସୁଶାନ୍ତ କୁମାର ଶତପଥି, ସନ୍ତୋଷୀ ବାରିକ, ଉର୍ମିଳା ମଲିକ, ଉମାକାନ୍ତ ପ୍ରଧାନ, ଯୋଗେଶ୍ୱରୀ ବେହେରା, ଶ୍ରୀକାନ୍ତ ସାହୁ, ବିବେକାନନ୍ଦ ସ୍ୱାଇଁ, ଗୋବିନ୍ଦ ମାଝୀ, ଗେଲି କୁମାର ସାହୁ, ଜୟଦେବ ବିଶ୍ୱଜିତ, ଜୟଶ୍ରୀ ପ୍ରଧାନ, ଅଜୟ କୁମାର ମିଶ୍ର, ଅକ୍ଷୟ କୁମାର ଘଡେଇ, ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି, ବିଜୟ କୁମାର ମଲ୍ଲିକ, ସୁଭାଷିନୀ ଜେନା, ପ୍ରଶାନ୍ତ କୁମାର ସାହୁ, ଦିଲ୍ଲୀପ କୁମାର ନାୟକ, ଯୋଗେନ୍ଦ୍ର କୁମାର ମଲ୍ଲିକ, ବୈଦେହୀ କୁମାରୀ ବେହେରା, ପଦ୍ମାଳୟା ପ୍ରଧାନ, ଆଶିଷ ଚନ୍ଦ୍ର ଜେନା ଓ ବିଭୁତି ଭୂଷଣ ଦଳେଇ।

Comments are closed.