ଓଡିଶାର ୨୫ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଅପରେସନ ମେଡାଲ

ନୂଆଦିଲ୍ଲୀ: ଓଡିଶାର ୨୫ ପୁଲିସ କର୍ମଚାରୀଙ୍କୁ ମିଳିବ ୨୦୧୯ ର ସ୍ବତନ୍ତ୍ର ଅପରେସନ ମେଡାଲ। ଏନେଇ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହା ପ୍ରକାଶ କରାଯାଇଛି। ଏହି ୨୫ ଜଣିଆ ତାଲିକାରେ ସମ୍ବଲପୁର ଏସପି କନୱାର ବିଶ୍ବାଳ ସିଂହଙ୍କ ନାମ ମଧ୍ୟ ସାମିଲ ରହିଛି। ମାଓ ମୁକାବିଲା କ୍ଷେତ୍ରରେ ଏହି ପୁଲିସ କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ବତନ୍ତ୍ର ଅପରେସନ ମେଡାଲ ପାଇଁ ମନୋନିତ କରାଯାଇଛି।

୨୦୧୯ ମେ ୮ ତାରିଖରେ କୋରାପୁଟ ପାଡୁଆ ଜଙ୍ଗଲରେ ପୁଲିସର ମାଓ ବିରୋଧୀ ଅପରେସନରେ ୫ ଜଣ ମାଓବାଦୀ ନିପାତ ହୋଇଥିଲେ। ଏହି ଅପରେସନରେ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଥିବା ପୁଲିସ କର୍ମଚାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମେଡାଲ ପ୍ରଦାନ କରାଯିବ।

Comments are closed.