୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

0

ଭବାନୀପାଟଣା : ରାୟଗଡାରୁ ଉତ୍ତରପ୍ରଦେଶର ମଥୁରା ଯାଉଥିବା ଏକ ଟ୍ରକକୁ କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅଧିନରେ ଥିବା ବଡଧାରପୁର ନିକଟରେ ନର୍ଲା ପୋଲିସ ଶନିବାର ଅପରାହ୍ନ ୩ ଘଣ୍ଟା ସମୟରେ ଅଟକ ରଖି ଯାଞ୍ଚ କରିଥିଲେ । ପୋଲିସ ଯାଞ୍ଚ ସମୟରେ ଉକ୍ତ ଟ୍ରକ ଭିତରୁ ପ୍ରାୟ ୩୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲା । ଟ୍ରକ ଓ ଗଞ୍ଜେଇକୁ ଜବତ କରିବା ସହିତ ପୁଲିସ  ଟ୍ରକ ଡ୍ରାଇଭର ଓ ହେଲପରକୁ ଅଟକ ରଖି ଜେରା କରୁଛି।

Leave A Reply