୨୩ ଲକ୍ଷ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ କେନ୍ଦ୍ରର ଉପହାର, ବଢିଲା ପେନ୍‍ସନ୍‍

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜର ୨୩ ଲକ୍ଷରୁ ଊର୍ଦ୍ଧ୍ବ ଅବସରପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି। ସେମାନଙ୍କ ପେନ୍‍ସନ୍‍ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ଅବସରପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନର ଲାଭ ମିଳିଛି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ସପ୍ତମ ବେତନ କମିଶନର ସୁବିଧା କେନ୍ଦ୍ରୀୟ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଏବଂ କର୍ମଚାରୀ ପାଇବେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଡିମ୍‍ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିବା ୟୁଜିସି ସ୍ୱୀକୃତିପ୍ରାପ୍ତ ୨୫,୦୦୦ ପେନ୍‍ସନ୍‍ଧାରୀଙ୍କ ପେନ୍‍ସନରେ ୬ ହଜାରରୁ ୧୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଏହାବାଦ୍‍ ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ କଲେଜରୁ ଅବସରପ୍ରାପ୍ତ ୮ ଲକ୍ଷ ଅଧ୍ୟାପକ ଏବଂ ୧୫ ଲକ୍ଷ କର୍ମଚାରୀଙ୍କ ପେନ୍‍ସନ୍‍ରେ ବୃଦ୍ଧି ଘଟିବ ବୋଲି ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଡ଼କର ସୂଚନା ଦେଇଛନ୍ତି। ଅଧ୍ୟାପକ ଏବଂ କର୍ମଚାରୀଙ୍କ ଅବସର ସମୟର ଦରମା ଅନୁସାରେ ପେନ୍‍ସନ୍‍ରେ ବୃଦ୍ଧି ଘଟିବ ବୋଲି କୁହାଯାଇଛି।

Leave A Reply