ଲତାଙ୍କ ଭଳି ଗୀତ ଗାଇ ଚର୍ଚ୍ଚାରେ ୨ ବର୍ଷର ଶିଶୁ: ଭିଡିଓ ଭାଇରାଲ୍‍

ମୁମ୍ବଇ: ଏକ ୨ ବର୍ଷର ଶିଶୁର ଗୀତ ଗାଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍‍ ଭାଇରାଲ୍‍ ହେଉଛି। ତା’ର ସୁମଧୁର କଣ୍ଠ ସମସ୍ତଙ୍କୁ ମତୁଆଲା କରିବା ସହ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କଥା ମନେ ପକାଇ ଦେଉଛି। ଭିଡିଓରେ ସେ ଲତାଙ୍କ ଲୋକପ୍ରିୟ ଗୀତ ‘ଲଗଯା ଗଲେ’ ଗାଉଥିବା ଦେଖିବାକୁ ମିଳିଛି। ଲତାଙ୍କ ଭଳି ସୁମଧୁର କଣ୍ଠରେ ଗୀତ ଗାଇ ସେ ସଭିଙ୍କ ଧ୍ୟାନ ଆକର୍ଷଣ କରିଛି। ଏହି ଶିଶୁର ନାମ ପ୍ରଜ୍ଞା ମେଧା ବୋଲି ଜଣାପଡ଼ିଛି। ସାଧାରଣତଃ ୨ ବର୍ଷୀୟ ଶିଶୁମାନେ ଭଲରେ କଥା କହି ପାରନ୍ତି ନାହିଁ। ମାତ୍ର ପ୍ରଜ୍ଞା ଗୀତକୁ ମନେ ରଖିବା ସହ ଏଭଳି ସୁନ୍ଦର ସ୍ୱରରେ ତାକୁ ଗାଇବା ଲୋକଙ୍କୁ ଚକିତ କରି ଦେଇଛି। ସାମାଜିକ ଗଣମାଧ୍ୟମରେ କିଛି ଲୋକ ଏହି ଶିଶୁକୁ ଭବିଷ୍ୟତର ଲାତା ଦିଦି ବୋଲି ପ୍ରତିକ୍ରିୟାରେ କହିଛନ୍ତି।

View this post on Instagram

#Musicon #lagjagale? #latamangeshkarji ???#babygirl?

A post shared by Pragya Medha (@pragyamedha11) on

ସୂଚନାଯୋଗ୍ୟ, କିିଛି ଦିନ ପୂର୍ବରୁ ଷ୍ଟେସନ ଗୀତ ଗାଉଥିବା ରାନୁ ମଣ୍ଡଳ ମଧ୍ୟ ଏହି ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିଲେ।

 

Comments are closed.