ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା

0

ପୁରୀ: ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ ଦ୍ୱାରା ଆୟୋଜିତ ଯୁକ୍ତ ଦୁଇ ଉପଶାସ୍ତ୍ରୀ ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହେଉଛି ଓ ଏହା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡଃ. ମଧୁସୂଦନ ମିଶ୍ର କହିଛନ୍ତି ଯେ ଚଳିତ ଉପଶାସ୍ତ୍ରୀ ପରୀକ୍ଷା ପାଇଁ ରାଜ୍ୟର ୧୧୮ଟି ସଂସ୍କୃତ ମହାବିଦ୍ୟାଳୟକୁ ଚୟନ କରାଯାଇଥିବା ବେଳେ, ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୨୩ଟି ଏବଂ ଅନୁଗୁଳ, ଦେବଗଡ଼, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ରାୟଗଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ସମ୍ପ୍ରତି ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ୧୧୮ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଥିବା ଏବଂ ପ୍ରଶ୍ନପତ୍ର ରହୁଥିବା କୋଠରୀରେ ୨୪ଘଣ୍ଟିଆ ସିସିଟିଭି ରେକର୍ଡିଙ୍ଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଉପଶାସ୍ତ୍ରୀ ପରୀକ୍ଷା ଦେବା ପାଇଁ ୮୭୫୧ ଜଣ ନିୟମିତ ଓ ୬୪୫ ଜଣ ପୂର୍ବ ନିୟମିତ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି।

Leave A Reply