ବଡ଼ଗାମରେ ୨ ଆତଙ୍କବାଦୀ ନିହତ

0

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ବଡ଼ଗାମ୍‍ ଜିଲ୍ଲାରେ ସୋମବାର ସକାଳୁ ଏହି ସଂଘର୍ଷ ଘଟିଛି। ସୁରକ୍ଷା ବାହିନୀ ସୂତ୍ରରୁ କୁହାଯାଇଛି ବଡ଼ଗାମ୍‍ ଜିଲ୍ଲାରେ ହାପାତନର ଚରାରେ ଶରିଫ୍‍ ଅଞ୍ଚଳରେ ଯବାନମାନେ ତଲାସୀ ଅଭିଯାନ ଚଳାଇଥିବା ବେଳେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ। ଜଣେ ଆତଙ୍କବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବାର ସନ୍ଦେହ କରାଯାଉଛି।

Leave A Reply