ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର; ୨ ଆତଙ୍କବାଦୀ ନିହତ, ଜଣେ ଯବାନ ଶହୀଦ

ଜାମ୍ମୁ: ଉତ୍ତର କାଶ୍ମୀରର ବାନ୍ଦୀପୋରା ଜିଲାରେ ରବିବାର ରାତିରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଯବାନଙ୍କ ଗୁଳିରେ ଆଉ କେତେଜଣ ଆତଙ୍କବାଦୀ ନିହତ ହୋଇଥିବା ମଧ୍ୟ ସୂଚନା ମିଳିଛି। ସୋମବାର ପୂର୍ବାହ୍ନ ୯ଟା ସୁଦ୍ଧା ବି ଏନକାଉଣ୍ଟର ଜାରି ରହିଥିବାରୁ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏଥିରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଜଣାପଡ଼ିଛି।

ବାନ୍ଦୀପୋରା ଜିଲାର ଲାଡୁରା ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ଯବାନମାନେ ଉକ୍ତ ଗାଁକୁ ଘେରି ସିଲ୍‌ କରିଦେଇଥିଲେ। ଏକ ଘରେ ଲୁଚିଥିବା ଆତଙ୍କୀମାନେ ଏହା ଜାଣିବା ପରେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। କିନ୍ତୁ ଯବାନମାନେ ହଠାତ ଆକ୍ରମଣ ନ କରି ଆତଙ୍କୀମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। କିନ୍ତୁ ସେମାନେ ଗୁଳି ଚଳାଇବା ଜାରି ରଖିବାକୁ ଯବାନମାନେ ପାଲଟା ଜବାବ ଦେଇଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ଯୋଗୁ ୨ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଆତଙ୍କୀମାନେ ଯେପରି ଖସି ନ ଥିଲେ ସେଥିଲାଗି ପୁରା ଗାଁକୁ ସିଲ୍‌ କରିଦିଆଯାଇଛି।

Comments are closed.