ପାୱାର ଚ୍ୟାନେଲରେ ବୁଡି ଦୁଇ ଛାତ୍ର ମୃତ, ଭିମସାରକୁ ମୃତକଙ୍କ ଚକ୍ଷୁ ଦାନ

0

ସମ୍ବଲପୁର: ପାୱାର ଚ୍ୟାନେଲରେ ବୁଡି ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଦ୍ୱୟ ହେଲେ ସମ୍ବଲପୁର କୁଳୁଥକାନୀର ସୁମିତ ଦାଶ (୧୫), ବଡ ବଜାରର ସମୀର ଦଳେଇ (୧୫)। ମୃତ ଉଭୟ ଛାତ୍ର ଦଶମ ଶ୍ରେଣୀର ଅଟନ୍ତି।
ସୂଚନାଯୋଗ୍ୟ ଯେ, ଆଜି ସକାଳେ ଅରବିନ୍ଦ ସ୍କୁଲର ୮ଜଣ ଛାତ୍ର ଟିଉସନ ପଢିବା ବାହାନାରେ ଚାଉନପୁର ମୁଡାଘାଟ ନିକଟକୁ ଗାଧୋଇବା ନିମନ୍ତେ ଆସିଥିଲେ। ଗାଧୋଉ ଥିବା ସମୟରେ ୨ଜଣ ବୁଡି ଯାଇଥିଲେ। ଦମକଳ ବାହିନୀଙ୍କ ସହାୟତାରେ ଉଭୟ ଛାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ସମୀର ଦଳେଇ ଓ ସୁମିତ ଦାଶଙ୍କ ଚକ୍ଷୁ ଭିମସାରରେ ଦାନ କରାଯାଇଛି।

Leave A Reply