ଭୁଟାନରେ ଭାରତୀୟ ବାୟୁ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ ମୃତ

ନୂଆଦିଲ୍ଲୀ/ଥିମ୍ପୁ : ଭୁଟାନରେ ଶୁକ୍ରବାର ଭାରତୀୟ ବାୟୁ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ହେଲିକପ୍ଟରରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଛି। ମୃତ ପାଇଲଟ ଦ୍ୱୟଙ୍କ ମଧ୍ୟରୁ ଜଣେ ଭାରତୀୟ ବାୟୁ ସେନାର ଲେଟୁନାଣ୍ଟ କଲୋନେଲ ପାହ୍ୟାର ଅଧିକାରୀ ଓ ଅନ୍ୟ ଜଣକ ଭୁଟାନ ସେନାର ଜଣେ ପାଇଲଟ ବୋଲି ଜାଣିବାକୁ ମିଳିଛି।

‘ଚିତା’ ହେଲିକପ୍ଟର ଭୁଟାନର ୟୋଙ୍ଗଫୁଲା ଅଞ୍ଚଳର ଖେଣ୍ଟୋଗମାନି ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାସ୍ଥଳରେ ପାଇଲଟ ଦ୍ୱୟଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଦିନ ପ୍ରାୟ ୧ଟା ବେଳେ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦିନ ୧ଟା ପରଠାରୁ ଏହି ହେଲିକପ୍ଟର ସହ ରେଡିଓ ସମ୍ପର୍କ ଚ୍ଛିନ୍ନ ହୋଇଯାଇଥିଲା। ଅରୁଣାଚଳପ୍ରଦେଶର ଖିରମୁରୁ ‘ଚିତା’ ବିମାନ ଭୁଟାନର ୟୋଙ୍ଗଫୁଲା ଅଞ୍ଚଳ ଅଭିମୁଖେ ଯାଇଥିଲା ବୋଲି ସେନାର ଜଣେ ମୁଖପାତ୍ର କହିଛନ୍ତି। ଦୁର୍ଘଟଣାସ୍ଥଳରେ ତଲାସୀ ଅଭିଯାନ ଜାରି ରହିଛି ବୋଲି ସୂଚନା ଦିଆଯାଇଛି।

Comments are closed.