ପୁଲିସ-ନକ୍ସଲ ଗୁଳିମୟ: ୨ନକ୍ସଲ ନିହତ,୧ଯବାନ ଆହତ

0

ମାଲକାନଗିରି: ସୁକମା ଜିଲାରେ ଆଜି ଭୋର ସମୟରେ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ମୃତ ନକ୍ସଲଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଉପରେ ଆଠ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ହୋଇଥିଲା
ମଙ୍ଗଳବାର ଦିନ ପୁଲିସ ଟିମ ସର୍ଚ୍ଚ ଅପରେସନ କରୁଥିବା ସମୟରେ ମିନପା ଜଙ୍ଗଲରେ ପୂର୍ବରୁ ଲୁଚି ରହିଥିବା ନକ୍ସଲମାନେ ପୁଲିସ ଉପରକୁ ଗୁଳି ଚଳାଇ ଥିଲେ। ସେହି ସମୟରେ ଜଣେ ନକ୍ସଲର ମୃତ୍ୟୁ ହୋଇଥିବାବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ୨ନକ୍ସଲଙ୍କ ଶବ ଉଦ୍ଧାର କରିବା ସହ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

Leave A Reply