ପଥର ତଳେ ଚାପି ହୋଇ ରହିଛନ୍ତି ୨ କର୍ମଚାରୀ

0

କୋରାପୁଟ: ଦୁଇ ଦିନ ଧରି ପଥର ତଳେ ଚାପି ହୋଇ ରହିଛନ୍ତି ଦୁଇ ଜଣ କର୍ମଚାରୀ । ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଏଯାବତ୍ ସେମାନଙ୍କୁ ଉଦ୍ଧାର କରାଯାଇନାହିଁ । ଏନେଇ ସେମାନଙ୍କ ପରିବାର ପକ୍ଷରୁ ରାଣୀଗଡ଼ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି । ଏହି ଅଘଟଣ ପାଇଁ ଠିକାଦାର କମ୍ପାନୀଙ୍କୁ ଦାୟୀ କରିବା ସହ କମ୍ପାନୀର ଲାଇସେନ୍ସ ବାତିଲ କରିବାକୁ ଦାବି କରାଯାଇଛି ।

ସୂଚାଯୋଗ୍ୟ, କୋରାପୁଟ ଜିଲ୍ଲା ବୋରିଗୁମା ବ୍ଳକରେ ତେଲେଙ୍ଗିରି ପ୍ରକଳ୍ପ ନିର୍ମାଣ ବେଳେ ପଥର ଖସି ୨ ଜେସିବି ମେସିନ୍ ସହ ଦୁଇ କର୍ମଚାରୀ ଚାପି ହୋଇରହିଥିଲେ । ସେଥିମଧ୍ୟରୁ ଗୋଟିଏ ଜେସିବି ମେସିନ କଢାଯାଇଥିଲେ ମଧ୍ୟ ଏବେ ବି ଗୋଟିଏ ଫସି ରହିଛି । ପଥର ତଳେ ଚାପି ହୋଇ ରହିଥିବା କର୍ମଚାରୀ ଜୀବିତ କିମ୍ବା ମୃତ ତାହା ସ୍ପଷ୍ଟ ହୋଇ ପାରିନାହିଁ । ଉଦ୍ଧାର ପାଇଁ କଟକରୁ ଏନଡିଆରଏଫ୍‌ ଟିମ୍ ମଧ୍ୟ ଆସୁଥିବା ସୂଚନା ମିଳିଛି।

Leave A Reply