ପିକଅପ ଭ୍ୟାନ ଓଲଟି ୨ମୃତ, ୨୦ରୁ ଅଧିକ ଆହତ

0

କେନ୍ଦ୍ରାପଡା: ମହାକାଳପଡାର ମଙ୍ଗଳପୁର ଛକ ନିକଟରେ ଏକ ସଡକ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଏକ ପିକଅପ ଭ୍ୟାନ ୨୫ରୁ ଅଧିକ ଯାତ୍ରୀଙ୍କୁ ନେଇ ପଟ୍ଟାମୁଣ୍ଡାଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ମଙ୍ଗଳପୁର ନିକଟରେ ଓଲଟି ପଡିଥିଲା। ଏଥିରେ ଗାଡି ଚାଳକ ସମେତ ଅନେକ ଯାତ୍ରୀ ଆହତ ହୋଇଥିଲେ। ଖବର ପାଇ ପୁଲିସ ଓ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ମୃତଦେହ ଗୁଡିକୁ ଉଦ୍ଧାର କରିଥିଲା। ପୁଲିସ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରଖିଛି।

Leave A Reply